ETV Bharat / state

ଅନିଶ୍ଚିତତା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସହରବାସୀ ହନ୍ତସନ୍ତ - ଜଗତସିଂହପୁର

ଜଗତସିଂହପୁର ସହରରେ ଡମ୍ପୟାର୍ଡ ନିର୍ମାଣକୁ ନେଇ ସମସ୍ୟା ଲାଗି ରହିଛି। ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଡମ୍ପୟାର୍ଡ ନିର୍ମାଣ ପରିକଳ୍ପନା ଭିତରେ ରହିଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଜଗସିଂହପୁର
author img

By

Published : Nov 3, 2019, 1:05 AM IST

Updated : Nov 3, 2019, 9:40 PM IST

ଜଗତସିଂହପୁର: ଜଗତସିଂହପୁର ସହରରେ ଡମ୍ପୟାର୍ଡ ନିର୍ମାଣକୁ ନେଇ ସମସ୍ୟା ଲାଗି ରହିଛି। ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଡମ୍ପୟାର୍ଡ ନିର୍ମାଣ ପରିକଳ୍ପନା ଭିତରେ ରହିଯାଇଛି।

ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବରେ ସହର ଉପକଣ୍ଠ କଣ୍ଟା ବଲଭପୁରରେ ଜାଗା ଚିହ୍ନଟ କରିଥିଲେ । ସେଥିପାଇଁ ଟେଣ୍ଡର କରାଯାଇ 9 ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ ମଧ୍ୟ କରାଯାଇଥିଲା। ଟେଣ୍ଡର ପକାଇଥିବା ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଏହାପରେ ପ୍ରଶାସନ କଣ୍ଟାବଲଭପୁର ନିର୍ମାଣକୁ ସ୍ଥଗିତ ରଖି ଯୋଗଧାରୀ ନିକଟରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲା । ପ୍ରଶାସନ ପରିକଳ୍ପନା କରିଥିଲା ଯେ ସହରରୁ ପ୍ରତ୍ୟେକ ଦିନ ବାହାରୁ ଥିବା ଟ୍ରକ ଟ୍ରକ କଠିନ ଓ ତରଳ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯାଇ କଠିନ ଜାତୀୟ ଦ୍ରବ୍ୟକୁ ବରଗଡ ସିମେଣ୍ଟ କାରଖାନାକୁ ପଠାଇଥାନ୍ତା। ସେହିପରି ତରଳ ପଦାର୍ଥକୁ ଖତ ପ୍ରକ୍ରିୟାକରଣ କରାଯାଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥାନ୍ତେ । କିନ୍ତୁ ପ୍ରଶାସନର ପରିକଳ୍ପନା ଖାଲି କାଗଜପତ୍ରରେ ରହି ଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଜଗସିଂହପୁର

ବର୍ତ୍ତମାନ କିନ୍ତୁ ପ୍ରଶାସନ ସହରର ପ୍ରବେଶ ଦ୍ବାର କଲେଜ ଛକ ନିକଟରେ କୁଢ଼ କୁଢ଼ ଆବର୍ଜନା ଗଦା କରୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ କଲେଜ, ମନ୍ଦିର ଓ ହଷ୍ଟେଲ ରହିଛି। ଜନ ବସତି ନିକଟରେ ଆବର୍ଜନା ଜମା କରାଯାଉଥିବାରୁ ମହାମାରୀ ଭଳି ରୋଗ ବ୍ୟାପିବାର ସମ୍ଭାବନା ଥିବାବେଳେ ଏହି ରାସ୍ତା ଦେଇ ରନିଂ ୱାଟର ଯାଇଥିବାରୁ ଜଳ ବାହିତ ରୋଗ ଦ୍ଵାରା ସାରା ସହର ସଂକ୍ରମିତ ହେବାର ମଧ୍ୟ ଆଶଙ୍କା ରହିଛି।

ତେବେ ଏ ସମ୍ପର୍କରେ ଆମ ‘ଇଟିଭି ଭାରତ’ ପ୍ରତିନିଧି ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କାଙ୍କୁ ପଚାରିଥିଲେ କିନ୍ତୁ ସେ ନୂଆ ଆସିଛନ୍ତି, ଏବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ସେପଟେ ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଚରାଯିବାରୁ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

ତେବେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା 2016 ମାର୍ଚ୍ଚ 29 ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତୁରନ୍ତ ଜନବସତି ନିକଟରୁ ଆବର୍ଜନା ହଟାଇବାକୁ ଦାବୀ ହୋଇଛି।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Anchor
ଜଗତସିଂହପୁର,ସହର ରେ ଡମ୍ପ ୟାର୍ଡ ନିର୍ମାଣ କୁ ନେଇ ସମସ୍ୟା ଲାଗି ରହିଛି।ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଡଂମ୍ପ ୟାର୍ଡ ନିର୍ମାଣ ପରିକଳ୍ପନା ଭିତରେ ରହି ଯାଇଛି।ଜିଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବରେ ସହର ଉପକଣ୍ଠ କଣ୍ଟା ବଲଭପୁର ରେ ଜାଗା ଚିହ୍ନଟ କରିଥିଲେ,ସେଥି ପାଇଁ ଟେଣ୍ଡର କରାଯାଇ 9 ଲକ୍ଷ ଟଙ୍କା ର ଟେଣ୍ଡର ଆହ୍ୱାନ କରାଯାଇଥିଲା।ଟେଣ୍ଡର ପକାଇଥିବା ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା କିନ୍ତୁ ଦୀର୍ଘ ଦିନ ଧରି କାର୍ଯ୍ୟ ଆରମ୍ଭ କରାଗଲା ନାହିଁ।
ଫଳରେ ପ୍ରକଳ୍ପ ନିର୍ମାଣ କାଗଜ କଲମ ରେ ପଡି ରହିଲା। ପରେ ପ୍ରଶାସନ କଣ୍ଟାଭଲଭ ପୁର ନିର୍ମାଣ କୁ ସ୍ଥଗିତ ରଖି ଯୋଗଧାରୀ ନିକଟରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲା।
Vo_1
ପ୍ରଶାସନ ପରିକଳ୍ପନା କରିଥିଲା ଯେ ସହର ରୁ ବାହାରୁ ଥିବା ପ୍ରତେକ ଦିନ ଟ୍ରକ ଟ୍ରକ ବର୍ଯ୍ୟବସ୍ତୁ କୁ କଠିନ ଓ ତରଳ ବର୍ଜ୍ୟବସ୍ତୁ କୁ ପୃଥକି କାରଣ କରାଯାଇ କଠିନ ଜାତୀୟ ଦ୍ରବ୍ୟ କୁ ବରଗଡ ସେମେଣ୍ଟ କାରଖାନା କୁ ପଠାଯାଇ ପାରିଥାନ୍ତା।ସେହି ପରି ତରଳ ପଦାର୍ଥ କୁ ଖତ ପ୍ରକ୍ରିୟା କାରଣ କରାଯାଇ ଚାଷ କାର୍ଯ୍ୟ ରେ ବିନିଯୋଗ କରାଯାଇ ପାରିଥାନ୍ତା।କିନ୍ତୁ ପ୍ରଶାସନ ର ପରିକଳ୍ପନା ଖାଲି କାଗଜପତ୍ର ରେ ରହି ଯାଇଛି।
VO_2
ବର୍ତ୍ତମାନ କିନ୍ତୁ ପ୍ରଶାସନ ସହର ର ପ୍ରବେଶ ଦ୍ୱାର କଲେଜ ଛକ ନିକଟରେ କୁଢ଼ କୁଢ଼ ଆବର୍ଜନା ଗଦା କରୁଛି।ଯାହାକୁ ନେଇ ସ୍ତନିୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି।ସ୍ତାନୀୟ ଅଂଚଳରେ କଲେଜ, ମନ୍ଦିର ଓ ହଷ୍ଟେଲ ରହିଛି।ଜନ ବସତି ନିକଟରେ ଆବର୍ଜନା ଜମା କରାଯାଉଥିବାରୁ ମହାମାରୀ ଭଳି ରୋଗ ବ୍ୟାପିବାର ସମ୍ଭାବନା ଥିବାବେଳେ ଏହି ରାସ୍ତା ଦେଇ ରନୀଂ ୱାଟର ଯାଇଥିବାରୁ ଜଳ ବାହିତ ରୋଗ ଦ୍ଵାରା ସାରା ସହର ସଂକ୍ରମିତ ହେବାର ଆଶଙ୍କା ରହିଛି।
Final _vo
ଏ ସମ୍ପର୍କରେ ଆମେ ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ଙ୍କୁ ପଚାରିବାରୁ ସେ ନୂଆ ଆସିଛନ୍ତି ,ଏବିଷୟରେ କିଛି ଜାଣି ନ ଥିବା କହିଛନ୍ତି।ଅସମ୍ପର୍କରେ ଆମେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ପଚାରିବାରୁ ,ଖୁବଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି। ତେବେ ଭାରତ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା 2016 ମାର୍ଚ୍ଚ 29 ତାରିଖ ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତୁରନ୍ତ ଜନ ବସତି ନିକଟରୁ ଆବର୍ଜନା ହଟାଇବାକୁ ଦାବୀ ହୋଇଛି।

Body:1_byt_prasanta acharya.
2_byt_ Manas Ranjan panda
3_byt_ Dilip Kumar swai counsellor jagatsingpur
4_byt_ Bichitra nanda swai

Conclusion:RPT_ susanta Kumar patra
jagatsinghpur
PKG_storry
Last Updated : Nov 3, 2019, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.