ETV Bharat / state

ଆଜି ପବିତ୍ର ଦୋଳଯାତ୍ରା, କମ୍ପିଲା କେନ୍ଦାଳ - କେନ୍ଦାଳ ଦୋଳଯାତ୍ରା

ରଙ୍ଗର ପର୍ବ ହୋଲି । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସହର ଜଗତସିଂହପୁରରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

ଦୋଳଯାତ୍ରାରେ କମ୍ପିଲା କେନ୍ଦାଳ
ଦୋଳଯାତ୍ରାରେ କମ୍ପିଲା କେନ୍ଦାଳ
author img

By

Published : Mar 18, 2022, 10:40 AM IST

ଜଗତସିଂହପୁର: ରଙ୍ଗର ପର୍ବ ହୋଲିକୁ ନେଇ ଗାଁ ଠୁ ସହର ବେଶ ଚଳଚଞ୍ଚଳ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସହର ଜଗତସିଂହପୁରରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଗାଁ ଗାଁରେ ଇଷ୍ଟଦେଵ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବସି ଘର ଘର ବୁଲି ଭୋଗ ଖାଇଥାନ୍ତି । ଏହା ସହ ଅବିର ରଙ୍ଗ ଖେଳ ସମଗ୍ର ପଲ୍ଲୀ ଅଞ୍ଚଳକୁ ଉତ୍ସବ ମୁଖର କରାଇଥାଏ।

ଦୋଳଯାତ୍ରାରେ କମ୍ପିଲା କେନ୍ଦାଳ

ଆଦିମ କାଳରୁ ଏହି ସଂସ୍କୃତି ଓ ପରମ୍ପରା ରହି ଆସିଛି। ଏହି ପର୍ବ ଭାଇଚାରାର ପର୍ବ, ଫଗୁଣର ଫଗୁରେ ଇଷ୍ଟଦେଵଙ୍କୁ ରଙ୍ଗାଇତ କରି ଜୀବନକୁ ରଙ୍ଗମୟ କରିବାକୁ ପ୍ରଭୁଙ୍କ ପାଖରେ ନିବେଦନ କରଥାନ୍ତି ଭକ୍ତ।ସେହିପରି ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଦୋଳ ମେଳଣ କେନ୍ଦାଳ ଠାରେ ଅନୁଷ୍ଠିତ ହୋଇଥାଏ । ପ୍ରାୟ ଏକ ହଜାର ବର୍ଷ ପୂର୍ବେ ବାଳକ ଭାରତୀ ନାମକ ଜଣେ ସାଧୁ ଏହି ମେଳଣ ଆରମ୍ଭ କରିଥିଲେ।

ବିଭିନ୍ନ ଅଞ୍ଚଳରୁ ୧୮ରୁ ୨୦ଦୋଳ ଏକାଠି ରଙ୍ଗ ଖେଳିବା ସହ ପଂକ୍ତି ଭୋଗ ଲାଗି କରାଯିବାର ପରମ୍ପରା ରହିଛି। ରାତି ଉଜାଗର ହୋଇ ଅବିର ଖେଳ ଓ ମେଳଣ ଦେଖିବାକୁ ହଜାର ହଜାର ଲୋକ ସମାଗମ ହେଉଥିବା ବେଳେ ପରସ୍ପର ମଧ୍ୟରେ ହୋଲି ପୂର୍ବରୁ ରଙ୍ଗ ଖେଳ ହେଉଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.