ETV Bharat / state

Dola Purnima: ଶାରଳାଙ୍କ ପୀଠରେ ଦୋଳ ଉତ୍ସବ, ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି - ଜଗତସିଂହପୁର ଖବର

ଶାରଳାଙ୍କ ମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଛି । ମଧ୍ୟରାତ୍ରୀରେ ମାଆଙ୍କୁ ମାର୍ଜନା କରାଯିବା ପରେ ସୁସଜ୍ଜିତ ବିମାନରେ ତାଙ୍କୁ ବିଜେ କରାଯାଇଥିଲା । ପରେ ଗାଁ ପରିକ୍ରମା କରିଥିଲେ। ଅଧିକ ପଢନ୍ତୁ

Dola Purnima : ଶାରଳାଙ୍କ ପୀଠରେ ଦୋଳ ଉତ୍ସବ,ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

author img

By

Published : Mar 18, 2022, 10:58 PM IST

ଜଗତସିଂହପୁର : ଶାରଳାଙ୍କ ମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଛି। ମଧ୍ୟରାତ୍ରୀରେ ମାଆଙ୍କୁ ମାର୍ଜନା କରାଯିବା ପରେ ସୁସଜ୍ଜିତ ବିମାନରେ ତାଙ୍କୁ ବିଜେ କରାଯାଇଥିଲା । ପରେ ଗାଁ ପରିକ୍ରମା କରିଥିଲେ।

Dola Purnima : ଶାରଳାଙ୍କ ପୀଠରେ ଦୋଳ ଉତ୍ସବ,ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଦୋଳ ପୂର୍ଣ୍ଣିମା ଅବସରରେ ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଦୋଳତାଟ ପୂଜାର୍ଚ୍ଚନା କରାଯିବା ପରେ ମାଆଙ୍କୁ ଅଭିର ଲାଗି କରାଯାଇ ବେଢ଼ା ପରିକ୍ରମା କରାଯାଏ। ପରେ ନଗର ପରିକ୍ରମା କରିବା ପାଇଁ ସୁସଜିତ ବିମାନରେ ମାଆ ବିଜେ କରନ୍ତି। ଏହା ଦୋଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ପୂର୍ଣ୍ଣିମା ଦିନ ମାଆଙ୍କୁ ଜଗନ୍ନାଥଙ୍କ ବେଶରେ ସଜ୍ଜିତ କରାଯିବାର ପରମ୍ପରା ରହିଛି। ଚଳିତ ବର୍ଷ କୋଭିଡ କଟକଣା କୋହଳ ଥିବାରୁ ନୀତିକାନ୍ତି ସୁରୁଖୁରୁରେ ସମାପନ ହେଉଛି। ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ମନ୍ଦିର ଶକ୍ତି ଉପାସନାର ପୀଠ ହୋଇଥିଲେ ମଧ୍ୟ ବୈଷ୍ଣବୀୟ ପଦ୍ଧତିରେ ଅର୍ଚ୍ଚନ କରାଯାଇଥାଏ। ଏହା ଅନ୍ୟ କୌଣସି ଶକ୍ତି ପୀଠ ମାନଙ୍କରେ ଦେଖାଯାଏ ନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.