ETV Bharat / state

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ଶୂନ୍ୟ, ନିଯୁକ୍ତି ଦାବିରେ ରାସ୍ତାରୋକ

ବାଲିକୁଦା ମେଡିକାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନଥିବାରୁ ନିଯୁକ୍ତି ଦାବିରେ ଧାରଣା । ଅଧିକ ପଢନ୍ତୁ...

author img

By

Published : Mar 9, 2021, 10:51 PM IST

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ଶୁନ୍ୟ, ନିଯୁକ୍ତି ଦାବିରେ ରାସ୍ତାରୋକ

ଜଗତସିଂହପୁର: ବାଲିକୁଦା ମେଡିକାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନଥିବାରୁ ଦୀର୍ଘ ଦେଢବର୍ଷ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ତ୍ରୀ ଓ ପ୍ରସୂତିବିଭାଗରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିକରି ବାଲିକୁଦା ଅଞ୍ଚଳର ଯୁବଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା । ଏହାକୁ ସ୍ଥାନୀୟ ବ୍ୟବସାୟୀ ଓ ମହିଳାମାନେ ସମର୍ଥନ ଜଣାଇ ରାସ୍ତା ଉପରେ ବସିରହିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିବ ବୋଲି ଯୁବଗୋଷ୍ଠୀ ପକ୍ଷରୁ କୁହାଯାଇଛି ।

ଘଟଣାସ୍ଥଳରେ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ,ତହସିଲଦାର ଓ ଏସଡିପିଓ ପହଞ୍ଚି ଆନ୍ଦୋଳନକାରୀ ଯୁବଗୋଷ୍ଟିଙ୍କ ସହିତ ଆଲୋଚନା କରିଥିଲେ । ପରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଖୁବଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.