ଜଗତସିଂହପୁର: ଆଜି(ବୁଧବାର) ଜାତୀୟ ଆୟୁର୍ବେଦ ଦିବସ । ଏହି ଅବସରରେ ପାରାଦୀପର ଦିଶା ଆୟୁର୍ବେଦ ପକ୍ଷରୁ ଆୟୋଜିତ ହୋଇଛି ‘‘ରନ ଫର ଆୟୁର୍ବେଦ’’ କାର୍ଯ୍ୟକ୍ରମ । ପାରାଦୀପ ବଡ଼ପଡ଼ିଆ ଥାନାଛକ ନିକଟରେ ଦିଶା ଆୟୁର୍ବେଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପ ଅଞ୍ଚଳର ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ଯୋଗଦେଇ ପ୍ରାଚୀନ କାଳରେ କିପରି ମୁନିଋଷି ମାନଙ୍କ ଦ୍ୱାରା ଆୟୁର୍ବେଦ ମାଧ୍ୟମରେ ଚିକିତ୍ସା କରାଯାଉଥିଲା ତାକୁ ନେଇ ଆଲୋଚନା କରିଥିଲେ l
ଆୟୁର୍ବେଦ ଚିକିତ୍ସାରେ ବହୁ ଅସାଧ୍ୟ ରୋଗ ଭଲ ହୋଇପାରୁଥିବା କୁହାଯାଇଛି। ଆୟୁର୍ବେଦ ହେଉଛି ଦେବ ଚିକିତ୍ସା। ପୂର୍ବ କାଳରେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ବିଭିନ୍ନ ରୋଗ ନିରୂପଣ ସାଙ୍ଗକୁ ମହୌଷଧି ସେବନ ଦ୍ୱାରା ରୋଗକୁ ସମୂଳେ ବିନାଶ କରାଯାଇ ପାରୁଥିଲା। ତେବେ ଆୟୁର୍ବେଦ ଅତ୍ୟନ୍ତ ପ୍ରଚୀନ ଚିକିତ୍ସା ପଦ୍ଧତି । ବର୍ତ୍ତମାନ ଯୁଗରେ ଆୟୁର୍ବେଦ ଦ୍ୱାରା ଚିକିତ୍ସା ବିଜ୍ଞାନର ଅଗ୍ରଗତି ହୋଇପାରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମାଜକୁ ସଚେତନତାର ବାର୍ତ୍ତା ଦେବା ସହିତ ଆୟୁର୍ବେଦ ପ୍ରତି ସାଧାରଣ ଜନତା ଆକୃଷ୍ଟ ହେବା ପାଇଁ ପ୍ରମୁଖ ଔଷଧ ନିର୍ମାଣକାରୀ ସଂସ୍ଥା ଦିଶା ଆୟୁର୍ବେଦ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ