ଜଗତସିଂହପୁର: ଜିଲ୍ଲାରେ ପଞ୍ଚମ ଜିଲ୍ଲା ପରିଷଦର ସତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହିତ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟ ହେଉ ନଥିବାରୁ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ପ୍ରକାଶ ପାଇଛି ।
ଏହି ବୈଠକରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ବାଳ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତ ରାୟ ଯୋଗ ଦେଇ ପ୍ରଶାସନିକ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାରେ ମରାମତି ଅଭାବ ହେତୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକଗୁଡିକ ଖରାପ ହୋଇ ଗଲାଣି ବୋଲି ମନ୍ତ୍ରୀ ଦାସ କହିଥିଲେ । ତୁରନ୍ତ ଏଗୁଡିକୁ ମରାମତି କରିବା ସହ ମୁଖ୍ୟ ରାସ୍ତାକୁ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଜିଲ୍ଲାର ସମସ୍ତ ନଦୀ ବନ୍ଧ ଓ କେନାଲ ବନ୍ଧଗୁଡିକ ରକ୍ଷଣ ବେକ୍ଷଣ ପାଇଁ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ଦାଇତ୍ବ ଦିଆଯାଇଛି । ଜନ ପ୍ରତିନିଧିଙ୍କ କଥା ଅଧିକାରୀମାନେ ଶୁଣୁ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓ ନବ ନିର୍ବାଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏହି ପ୍ରସଙ୍ଗ ଉଠାଇଥିଲେ।
ଜିଲ୍ଲାରେ ମୋଟ 193ଟି ରାସ୍ତାର 1710 କିଲୋମିଟର ପ୍ରର୍ଯ୍ୟନ୍ତ ଜିଓ ଟ୍ୟାପିଙ୍ଗ ସରିଯାଇ ଥିବା ବେଳେ ଏହା ତାଲିକା ଭୁକ୍ତ କରାଯାଇ ଥିବା ଗ୍ରାମ୍ୟ ଉନ୍ନୟନର ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଥିଲେ । ଏହି ବୈଠକରେରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ