ETV Bharat / state

ମା'ଙ୍କ ମନ୍ଦିରରେ ଝାଡୁ କଲେ ପୂରଣ ହୁଏ ମନସ୍କାମନା - ମନସ୍କାମନା

ଜଗତସିଂହପୁର ମନ୍ଦିର ରହିଛି ଏପରି ଏକ ମନ୍ଦିର ଯେଉଁଠି ଝାଡ଼ୁ କଲେ ପୂରଣ ହୁଏ ମନସ୍କାମନା । ଅଧିକ ପଢନ୍ତୁ...

ମା'ଙ୍କ ମନ୍ଦିରରେ ଝାଡୁ କଲେ ପୂରଣ ହୁଏ ମନସ୍କାମନା

author img

By

Published : Apr 11, 2021, 8:19 AM IST

ଜଗତସିଂହପୁର: ଭଗବାନଙ୍କ ଅଲୌକିକ ମହିମାକୁ ଯୁଗେ ଯୁଗେ ମଣିଷ ବିଶ୍ବାସ କରିଆସିଛି । ଏହି ବିଶ୍ବାସ ପାଇଁ ଲୋକମାନେ ଅଦ୍ଭୁତ କାର୍ଯ୍ୟକଳାପ କରିଥିବା ଦେଖିବାକୁ ମିଳିଥାଏ । ତେବେ ଜିଲ୍ଲାର ସଦର ମହକୁମାଠାରୁ 8 କିଲୋମିଟର ଦୂରରେ ରହିଛି ଏପରି ଏକ ଶକ୍ତିପୀଠ, ଯେଉଁଠାରେ ମନ୍ଦିରରେ ଝାଡ଼ୁ ଲଗାଇଲେ ପୂରଣ ହୋଇଥାଏ ମନସ୍କାମନା ।

ମା'ଙ୍କ ମନ୍ଦିରରେ ଝାଡୁ କଲେ ପୂରଣ ହୁଏ ମନସ୍କାମନା

ଜିଲ୍ଲାର ସଦର ମହକୁମା ଠାରୁ 8 କିଲୋମିଟର ପୂର୍ବକୁ ଗଲେ ପଡିଥାଏ ମା' କନକ ଦୁର୍ଗାଙ୍କ ପ୍ରାଚୀନ ମନ୍ଦିର । ଏଠାରେ ମା'ଙ୍କୁ ଦର୍ଶନ କରି ମନ୍ଦିରରେ ଝାଡୁ ଲଗାଇଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ବିଶ୍ୱାସକୁ ନେଇ ଖାଲି ଜଗତସିଂହପୁର ନୁହେଁ ପଡ଼ୋଶୀ ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାରୁ ଅନେକ ଭକ୍ତ ଛୁଟି ଆସିଥାନ୍ତି । ମା' କନକ ଦୁର୍ଗା ପ୍ରତାକ୍ଷ ଦେବୀ ବୋଲି ସ୍ଥାନୀୟ ଲୋକଙ୍କ ମନରେ ବିଶ୍ୱାସ ରହିଛି ।

ଚୈତ୍ର ମାସରେ ବାରୁଣୀ ସ୍ନାନ ଦିନ ମା'ଙ୍କୁ ଦର୍ଶନ କରି ମାନସିକ କରି ଶ୍ରଦ୍ଧାଳୁମାନେ ମନ୍ଦିରରେ ଝାଡୁ ଲଗାଇଥାନ୍ତି । ଛୋଟ ପିଲା ରୋଗାକ୍ରାନ୍ତ କିମ୍ୱା ଶାରୀରିକ ସମସ୍ୟା ଥିଲେ ବାପା ମା' ମନରେ ମା'ଙ୍କ ନିକଟରେ ମାନସିକ ରଖିଥାନ୍ତି । ତେବେ ମନସ୍କାମନା ପୂରଣ ହେବା ପରେ ମାନସିକଧାରୀ ମନ୍ଦିର ଆସି ଝାଡୁ ଲଗାଇବାର ପରମ୍ପରା ରହି ଆସିଛି ।

ମା'ଙ୍କ ମହିମାରେ କୁଆଡେ ସର୍ପଘାତ ହୁଏନାହିଁ । ଏହି ବିଶ୍ୱାସ କାଳ କାଳରୁ ରହି ଆସିଛି । ଏହି ପରମ୍ପରା ବାରୁଣୀ ସ୍ନାନ ଦିନଠାରୁ 7 ଦିନ ପର୍ଯ୍ୟନ୍ତ ଚାଲିଥାଏ । ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ଉତ୍ସବଟି ପାଳିତ ହେଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.