ETV Bharat / state

ଜଗତସିଂହପୁରରେ ତଳମୁହାଁ କୋରୋନା ସଂକ୍ରମଣ

author img

By

Published : Dec 13, 2020, 7:21 AM IST

ଦୀର୍ଘ 10ମାସ ପରେ ଜଗତସିଂହପୁର ଜିଲ୍ଲାରେ କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । ଅଧିକ ପଢନ୍ତୁ...

ଜଗତସିଂହପରୁରରେ କମୁଛି କୋରୋନା ସଂକ୍ରମଣ
ଜଗତସିଂହପରୁରରେ କମୁଛି କୋରୋନା ସଂକ୍ରମଣ

ଜଗତସିଂହପୁର: ଦୀର୍ଘ 10ମାସ ହେବ ସାରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିଛି । କୋରୋନା ଆରମ୍ଭ ଦିନଠୁ ଅନେକଙ୍କ ଜୀବନ ଜିବୀକା ପ୍ରଭାବିତ ହୋଇଛି । ତେବେ ଏଇ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସଂକ୍ରମଣ ତଳମୁହାଁ ହୋଇଛି ।

ଜଗତସିଂହପରୁରରେ କମୁଛି କୋରୋନା ସଂକ୍ରମଣ

ଚଳିତ ସପ୍ତାହରେ ଜିଲ୍ଲାରେ କୋରୋନା ସଂକ୍ରମଣ ଆଶାତୀତ ହ୍ରାସ ପାଇଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସମ୍ପ୍ରତି ଜିଲ୍ଲାର 8ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରୁ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଅଙ୍କ ଛୁଇଁ ପାରିନାହିଁ । ଶନିବାର ସପ୍ତାହର ଶେଷ ଦିନରେ ବାଲିକୁଦାରୁ 2 ,ବିରିଡିରୁ 3, ଏରସମାରୁ 1, ଓ ଜଗତସିଂହପୁର ସଦରରୁ ମାତ୍ର ଜଣେ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର 7 ରହିଛି।

ଦିର୍ଘ 10 ମାସ ମଧ୍ୟରେ ଜିଲ୍ଲାରେ 8 ହଜାର 9ଶହ 76 ଜଣ କୋଭିଡ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମୋଟ 8 ହଜାର 8 ସହ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଜିଲ୍ଲାରେ ମୋଟ 34ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଜିଲ୍ଲାରେ 120ଟି ସକ୍ରିୟ ମାମଲା ରହିଛି । ତେବେ ସଂକ୍ରମଣ ସାମାନ୍ୟ କମିଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.