ETV Bharat / state

ଜଗତସିଂହପୁରରେ ପୁଣି 77ଜଣ କୋରୋନା ସଂକ୍ରମଣ ଚିହ୍ନଟ - କୋରୋନା ସଂକ୍ରମଣ ଚିହ୍ନଟ

ଜିଲ୍ଲାରେ ଗୁରୁବାର କୋରୋନା ପଜିଟିଭଙ୍କ ସଂଖ୍ୟା ଚଳିତ ମାସର ସର୍ବାଧିକ 77 ଜଣ ଚିହ୍ନଟ ହୋଇଛନ୍ତି । ତେବେ ଚିନ୍ତା ବଢାଇଛି ପାରାଦୀପ ତୈଳ ବିଶୋଧନାଗାର ।

ଜଗତସିଂହପୁରରେ ପୁଣି 77ଜଣ କୋରୋନା ସଂକ୍ରମଣ ଚିହ୍ନଟ

author img

By

Published : Aug 20, 2020, 9:13 PM IST

ଜଗତସିଂହପୁର: ଜିଲ୍ଲାରେ ଗୁରୁବାର କୋରୋନା ପଜିଟିଭଙ୍କ ସଂଖ୍ୟା ଚଳିତ ମାସର ସର୍ବାଧିକ 77 ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲରୁ 13, ରଘୁନାଥପୁରରୁ 10, ନାଉଗାଁରୁ 2, କୁଜଙ୍ଗରୁ 15, ଜଗତସିଂହପୁର ସହରରୁ 3, ଜଗତସିଂହପୁର ସଦରରୁ 5, ଏରସମାରୁ 3, ବିରିଡିରୁ 5 ଓ ପାରାଦୀପରୁ ସର୍ବାଧିକ 21 ଜଣ ଚିହ୍ନଟ କରାଯାଇଛି ।

ତେବେ ଚିନ୍ତା ବଢାଇଛି ପାରାଦୀପ ତୈଳ ବିଶୋଧନାଗାର । ଏଠାରେ କାର୍ଯ୍ୟରତ 16 ଜଣ ଗୁରୁବାର କୋରୋନାରେ ଅକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି । ଅନ୍ୟପକ୍ଷେ ତିର୍ତ୍ତୋଲ ବ୍ଲକରେ ସ୍ଥାନୀୟ ସଂକ୍ରମଣ ବଢିଛି । 13 ଜଣଙ୍କ ମଧ୍ୟରୁ 12 ଜଣ ସ୍ଥାନୀୟ ସଂସ୍ପର୍ଷରେ ଆସିଥିବା କୁହାଯାଉଛି ।

ସେହିପରି ଆଳିପିଙ୍ଗଳ ସବଜେଲରେ ପୁଣି ଜଣେ କଏଦୀ ଗୁରୁବାର କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁରୁବାର ଜିଲାରେ ମୋଟ 77 ଜଣ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1205 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 857 ଜଣ ସୁସ୍ଥ ହୋଇ ଥିବାବେଳେ 346 ଜଣ ସକ୍ରିୟ ଆକ୍ରାନ୍ତ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.