ETV Bharat / state

ଜଗତସିଂହପୁରରେ ପୁଣି 21 କୋରୋନା ପଜିଟିଭ୍, 2 କୋଭିଡ ଯୋଦ୍ଧା ଆକ୍ରାନ୍ତ - ଜଗତସିଂହପୁର

ଜିଲ୍ଲାରେ ବୁଧବାର ପୁଣି 21 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାରାଦ୍ବୀପ ଲକଥାନରୁ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ୍ ।

corona update in jagatsinghpur
ଜଗତସିଂହପୁରରେ ପୁଣି 21 କୋରୋନା ପଜିଟିଭ୍, 2 କୋଭିଡ ଯୋଦ୍ଧା ଆକ୍ରାନ୍ତ
author img

By

Published : Aug 19, 2020, 8:31 PM IST

ଜଗତସିଂହପୁର: ଜିଲ୍ଲାରେ ବୁଧବାର ପୁଣି 21 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 4, ଜଗତସିଂହପୁରରୁ 2, ଜଗତସିଂହପୁର ସହରରୁ 2, କୁଜଙ୍ଗରୁ 2, ନାଉଗାଁରୁ 2,ପାରାଦ୍ବୀପରୁ 4, ତିର୍ତ୍ତୋଲରୁ 2 ଓ ଏରସମାରୁ ଜଣଙ୍କୁ ଚିହ୍ନଟ କରାଯାଇଛି ।

corona update in jagatsinghpur
ଜଗତସିଂହପୁରରେ ପୁଣି 21 କୋରୋନା ପଜିଟିଭ୍, 2 କୋଭିଡ ଯୋଦ୍ଧା ଆକ୍ରାନ୍ତ

ଏହାସହ କଟକ ଏସସିବିରୁ ଦୁଇଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେମାନେ ହେଲେ ପାରାଦ୍ବୀପ ଲକଥାନରୁ ଦୁଇ ଜଣ ପୋଲିସ କର୍ମଚାରୀ । ଏହାକୁ ନେଇ ଜିଲ୍ଲା ପୋଲିସ ବିଭାଗର ଚିନ୍ତା ବଢ଼ିଛି । ପାରାଦ୍ବୀପ ଲକଥାନର ଦୁଇ ପୋଲିସ କର୍ମଚାରୀ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ଖୋଳ ତାଡ଼ ଆରମ୍ଭ ହୋଇଛି ।

ତେବେ ପାରାଦ୍ବୀପର ଜଣେ ଆରବିଆଇ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛନ୍ତି । ବୁଧବାରର ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1128 କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 854 ଜଣ ସୁସ୍ଥ ହୋଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧ 272 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ତେବେ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା 2 ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.