ETV Bharat / state

କୋରୋନା ମୁକାବିଲା: ଜଗତସିଂହପୁରରେ ହେବ 6 ଟି ଆଇସୋଲେସନ କେନ୍ଦ୍ର

author img

By

Published : Mar 30, 2020, 9:52 PM IST

Updated : Mar 30, 2020, 10:01 PM IST

କୋରୋନା ମୁକାବିଲା ଲାଗି ଆଜି ଜିଲ୍ଲାପାଳ ସମସ୍ତ ବିଡିଓ ଏବଂ ଜଗତସିଂହପୁର ଓ ପାରାଦୀପର ପୌର ନିର୍ବାହୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ଗଠନ କରାଯାଇ ଅତ୍ୟାବଶ୍ୟକ ଔଷଧ, ମାସ୍କ, ସାନିଟାଇଜର ଆଦି କିଣାଯିବ ବୋଲି ନିଷ୍ପତ୍ତି ହୋଇଛି ।

Corona : There will be 6 isolation centers in Jagatsinghpur
କୋରୋନା ମୁକାବିଲା: ଜଗତସିଂହପୁରରେ ହେବ 6 ଟି ଆଇସୋଲେସନ କେନ୍ଦ୍ର

ଜଗତସିଂହପୁର: କୋରୋନା ମୁକାବିଲା ଲାଗି ଆଜି ଜିଲ୍ଲାପାଳ ସମସ୍ତ ବିଡିଓ ଏବଂ ଜଗତସିଂହପୁର ଓ ପାରାଦୀପର ପୌର ନିର୍ବାହୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ଗଠନ କରାଯାଇ ଅତ୍ୟାବଶ୍ୟକ ଔଷଧ, ମାସ୍କ, ସାନିଟାଇଜର ଆଦି କିଣାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡିଛି । ପାରାଦ୍ବୀପ ପୋର୍ଟ, ଇଫକୋ ଓ ପିପିଏଲ ସହାୟତାରେ covid 19 ଚିକିତ୍ସାଳୟ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାର 3ଟି ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର 885 ଜଣ ଅନ୍ତବାସୀଙ୍କ ନିଜ ଘରକୁ ପଠାଇ ଦିଆଯାଇଛି ।

ଜିଲ୍ଲାର 198 ଟି ପଞ୍ଚାୟତ ଓ 2ଟି ପୌରାଞ୍ଚଳ ପାଇଁ 205 ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରାଯାଇ 1150 ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି । 6 ଟି ଆଇସୋଲେସନ କେନ୍ଦ୍ର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଜିଲ୍ଲାରେ ଗତକାଲି ସୁଦ୍ଧା ଆଗୁଆ ରାସନ ସାମଗ୍ରୀ ବଣ୍ଟନ ବାବଦକୁ 7 ହଜାର 6ଶହ 24 ଜଣ ହିତାଧିକାରୀଙ୍କୁ 1476.18 କୁଇଣ୍ଟାଲ ଚାଉଳ ଓ ଗହମ ବଣ୍ଟନ କରିଦିଆଯାଇଛି । ସେହିପରି ଭୁବନେଶ୍ବରର କର କ୍ଲିନିକରୁ ଫେରିଥିବା ରଘୁନାଥପୁର ଅଞ୍ଚଳର ଜଣେ ରୋଗୀ ଓ ରୋଗୀଙ୍କ ସହାୟକଙ୍କୁ ଡାକ୍ତରୀ ଦଳ ଆଜି ଯାଞ୍ଚ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 30, 2020, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.