ETV Bharat / state

ପାରଦୀପରେ କୋରୋନା ଭୟ, 2 ସନ୍ଦିଗ୍ଧ ଚିହ୍ନଟ - ପାରାଦୀପରେ କୋରୋନା ଭୟ

ପାରାଦୀପରେ କୋରୋନା ଭୟ । ସାଉଥ୍ କୋରିଆରୁ ଚାଇନା ଦେଇ ପାରାଦୀପ ପୋର୍ଟକୁ ଆସିଥିବା ପଣ୍ୟବାହୀ ଜାହାଜରୁ କୋରୋନା ସନ୍ଦେହରେ 2 ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ପଠାଯାଇଛି ।

Corona Fear in Paradip, 2 Suspects Identified
ପାରଦୀପରେ କୋରୋନା ଭୟ, 2 ସନ୍ଦିଗ୍ଧ ଚିହ୍ନଟ
author img

By

Published : Mar 3, 2020, 11:06 PM IST

ଜଗତସିଂହପୁର: ପାରାଦୀପରେ କୋରୋନା ଭୟ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମଙ୍ଗଳବାର ପୂର୍ବାହ୍ନ ସାଉଥ୍ କୋରିଆରୁ ଚାଇନା ଦେଇ ପାରାଦୀପ ପୋର୍ଟକୁ ପ୍ରବେଶ କରିଥିଲା ଏକ ପଣ୍ୟବାହୀ ଜାହାଜ । ଏହି ଜାହାଜରେ 20 ହଜାର ଟନର ସଲଫରେକ୍‌ ଏସିଡ ଥିଲା ।

ପାରଦୀପରେ କୋରୋନା ଭୟ, 2 ସନ୍ଦିଗ୍ଧ ଚିହ୍ନଟ

ଉକ୍ତ ଜାହାଜରେ 24 ଜଣ ନାବିକ ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କ ଦେହ ଖରାପ ଥିବାରୁ ତାଙ୍କୁ ପ୍ରଥମେ ପୋର୍ଟ ହସ୍ପିଟାଲ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ନାବିକମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଜ୍ବର ଆକ୍ରାନ୍ତ ଭାରତୀୟ ଜଣକ କୋରୋନାରେ ଆକ୍ରାନ୍ତ ନା ସାଧାରଣ ଥଣ୍ଡା ଜ୍ବର ଏହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ସହ ଥିବା ତାଙ୍କ ପତ୍ନୀଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.