ETV Bharat / state

ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି

ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ 10 ଛୁଇଁଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି
ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି
author img

By

Published : Oct 3, 2020, 8:04 AM IST

ଜଗତସିଂହପୁର: ସହରରେ ଶୁକ୍ରବାର କୋରୋନାରେ ଜଣେ 67 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି। ସେହିପରି ଜିଲ୍ଲାରେ ଗୋଟିଏ ଦିନରେ 73 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 3, ଏରସମାରୁ 2, କୁଜଙ୍ଗରୁ 11, ନାଉଗାଁରୁ 3, ତ୍ରିତୋଲରୁ 4, ରଘୁନାଥପୁରରୁ 4, ଜଗତସିଂହପୁର ବ୍ଲକରୁ 28, ଜଗତସିଂହପୁର ସହରରୁ 10, ପାରାଦ୍ବୀପରୁ 6 ଓ ଅନ୍ୟ ଜିଲ୍ଲାରୁ ଆସିଥିବା 2 ଜଣ କୋରୋନା ପଜିଟିଭ ଥିବା ସୂଚନା ରହିଛି।

ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି

ତେବେ ଶୁକ୍ରବାର ବିରିଡି ବ୍ଲକରୁ କେହି କୋରୋନା ପଜିଟିଭ ଚିହ୍ନଟ ହୋଇନଥିବା ଜଣାପଡିଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର 4 ଶହ 57 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 4 ହଜାର, 3 ଶହ 89 ଜଣ ସୁସ୍ଥ ହୋଇ ସାରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ଭାବେ 1 ହଜାର, 59 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.