ETV Bharat / state

ଜିଲ୍ଲାପାଳଙ୍କ ଇନୋଭା ଗାଡିକୁ ନେଇ ବିବାଦ - ଘରୋଇ ଗାଡିକୁ ସରକାରୀ କାମରେ ବ୍ୟବହାର ଅଭିଯୋଗ

ଜିଲ୍ଲାପାଳ ଏକ ଘରୋଇ ଗାଡିକୁ କିପରି ସରକାରୀ କାମରେ ବ୍ୟବହାର କରୁଛନ୍ତି ଏହାକୁ ନେଇ କେତେକ ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଛି ।

jagatsinghpur
ଇନୋଭା ଗାଡିରେ ରହିଛି ଜିଲ୍ଲାପାଳ ଲେଖାଥିବା ଫଳକ
author img

By

Published : Jun 7, 2020, 5:55 PM IST

ଜଗତସିଂହପୁର: ଜିଲ୍ଲାପାଳଙ୍କ ଗାଡିକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏକ ଘରୋଇ ଗାଡିକୁ ଜଗତସିଂହପୁର ଜିଲ୍ଲାପାଳ ସରକାରୀ କାମରେ ବ୍ୟବହାର ନେଇ ଉଠିଛି ପ୍ରଶ୍ନବାଚୀ । ଏ ସମ୍ପର୍କରେ କେତେକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ସବିଶେଷ ତଥ୍ୟ ମାଗିଥିବା ମଧ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ (OD. 21-L2555 ) ଏକ ଇନୋଭା କାର ହଠାତ ବ୍ୟବହାର କରିଥିଲେ। ଏହି ନୂଆ ଗାଡିରେ ମଧ୍ୟ ଜିଲ୍ଲାପାଳ ବୋଲି ଫଳକ ଲଗାଯାଇଥଲା। ଏହି ଗାଡିକୁ ନେଇ କେତେକ ଲୋକେ ଜିଲ୍ଲା ପରିବହନ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ଜିଲ୍ଲା ପରିବହନ ଅଧିକାରୀଙ୍କ ତଥ୍ୟ ଅନୁସାରେ, ଏହି ଇନୋଭା କାରଟି ଆଳି ପିଙ୍ଗଳ ଅଞ୍ଚଳର ଜୈନିକ ବାଲି ବ୍ୟବସାୟୀଙ୍କ ପତ୍ନୀଙ୍କ ନାମରେ ଥିବା ଜଣାପଡିଛି।

ଜିଲ୍ଲାପାଳ ଏକ ଘରୋଇ ଗାଡିକୁ କିପରି ସରକାରୀ କାମରେ ବ୍ୟବହାର କରୁଛନ୍ତି ଏହାକୁ ନେଇ କେତେକ ପ୍ରଶ୍ନ ଉଠାଇଥିଲେ। ଜିଲ୍ଲାପାଳ ସ୍ପଷ୍ଟିକରଣ ରଖିଥିଲେ କି, ଏହି ଇନୋଭା ଗାଡିକୁ ଭଡା ସୁତ୍ରରେ ନିଆଯାଇ ବ୍ୟବହାର କରାଯାଉଛି। ତେବେ ଘରୋଇ ଗାଡିକୁ କିପରି ପ୍ରଶାସନ ଭଡା ସୁତ୍ରରେ ନେଲା ବୋଲି ପ୍ରଶ୍ନ ଉଠିବାରୁ ଜିଲ୍ଲାପାଳ ତରବରିଆ ଭାବେ ପ୍ରାଇଭେଟ୍ ନମ୍ବରକୁ କର୍ମସିଆଲ୍ କରାଯାଇଥିବା କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.