ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଜିଲ୍ଲା କଂଗ୍ରେସର ପ୍ରାଥମିକ ପ୍ରସ୍ତୁତ କମିଟି ବୈଠକ ସ୍ଥାନୀୟ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।
କଂଗ୍ରେସର ତିର୍ତ୍ତୋଲ ଉପନିର୍ବାଚନ ପର୍ଯ୍ୟବେକ୍ଷକ ସୁରେଶ ରାଉତରାୟ, କଂଗ୍ରେସର ବରିଷ୍ଠ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗ ଦେଇ ତିର୍ତ୍ତୋଲ ଉପନିର୍ବାଚନରେ ଦଳକୁ କିପରି ବିଜୟୀ କରାଯିବ ତାକୁ ନେଇ ଆଲୋଚନା କରାଯାଇଥିଲା।
ତେବେ ଆସନ୍ତା ତିର୍ତ୍ତୋଲ ଉପନିର୍ବାଚନରେ ପଞ୍ଚାୟତ ସ୍ତରରେ କର୍ମୀ ମାନଙ୍କ ମତାମତ ଅନୁସାରେ ପ୍ରାର୍ଥୀ ଚୟନ କରାଯିବ ବୋଲି ସୁର ରାଉତରାୟ କହିଛନ୍ତି । ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ସମୟରେ ତିର୍ତ୍ତୋଲର ବହୁଳ ଭାବରେ ବିକାଶ କରାଯାଇଛି। ତେଣୁ ଆଗାମୀ ଦିନରେ କଂଗ୍ରେସ ଉପ ନିର୍ବାଚନରେ ବିଜେଡ଼ି ଓ ବିଜେପିକୁ ପଛରେ ପକାଇ ବିଜୟ ହାସଲ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା। ତେବେ ଗତ ସାଧାରଣ ନିର୍ବାଚନରେ ତ୍ରିତୋଲ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଥିବା ବେଳେ 2ୟ ସ୍ଥାନରେ ବିଜେପି ଓ ତୃତୀୟ ସ୍ଥାନରେ ସ୍ୱଳ୍ପ ଭୋଟ ପାଇ କଂଗ୍ରେସ ଅମାନତ ହରାଇଥିଲା।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ