ଜଗତସିଂହପୁର: ଜଗତସିଂହପୁର ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ପ୍ରସନ୍ନ ସାହୁଙ୍କ ପୈତୃକ ଗ୍ରାମରେ ଗତକାଲି ନିରାଡମ୍ବର ଭାବେ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଥିଲା । ତେବେ ସହୀଦଙ୍କ ପ୍ରର୍ତିମୂର୍ତ୍ତିରେ ମାଲ୍ୟାର୍ପଣ ସମୟରେ ଲୋକେ ସହୀଦ ଯବାନଙ୍କ ଜୟକାର କରିବା ସହ ଶଙ୍ଖ ଚିହ୍ନ ଓ ବିଜେଡି ଜିନ୍ଦାବାଦ କହିଥିଲେ । ଏହାକୁ ନେଇ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ଅନ୍ୟପଟେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଯବାନଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜନୈତିକ ଦଳର ଜୟକାରକୁ ବିରୋଧ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । କଂଗ୍ରେସ ଏହାକୁ ନେଇ ପ୍ରଶାସନ ଆଗରେ ଫେରାଦ ହୋଇଛି । ଏପଟେ ଏହି ଘଟଣାରେ ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ