ETV Bharat / state

ସାମାନ୍ୟ ବଚସାରୁ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର

ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଳସୁଦ୍ଧା ଗ୍ରାମରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

author img

By

Published : Mar 17, 2021, 11:03 AM IST

ସାମାନ୍ୟ ବଚସାରୁ ରକ୍ତାକ୍ତ ସଂଘର୍ଷ
ସାମାନ୍ୟ ବଚସାରୁ ରକ୍ତାକ୍ତ ସଂଘର୍ଷ

ଜଗତସିଂହପୁର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଳସୁଦ୍ଧା ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି ।

ସାମାନ୍ୟ ବଚସାରୁ ରକ୍ତାକ୍ତ ସଂଘର୍ଷ

ସୂଚନାଅନୁସାରେ, ଅଳସୁଧା ଗ୍ରାମର ଚନ୍ଦ୍ରମଣି ଗାହଣ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଘରକାମ କରିବା ପାଇଁ ଡାକିଥିଲେ । କାମ ଠିକ ଭାବରେ ନ କରିବାରୁ ତାଙ୍କୁ ଚନ୍ଦ୍ରମଣି ଆଉ କାମ କରିବାକୁ ଡ଼ାକି ନଥିଲେ ଓ କରିଥିବା କାମକୁ ଠିକ ଭାବରେ କରିବା ପାଇଁ କହିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଥିରେ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ରମଣିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଚନ୍ଦ୍ର ମଣିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାର ଖବର ପାଇ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.