ଜଗତସିଂହପୁର: ମାମୁଁ ଘରକୁ ବୁଲିବାକୁ ଆସି ଦୁଇ ବର୍ଷର ଶିଶୁପୁତ୍ରକୁ ଅପହରଣ ଅଭିଯୋଗ ହୋଇଛି । ବିରିଡ଼ି ବ୍ଲକ ଶିବପୁର ପଞ୍ଚାୟତ ଶଙ୍କରପୁର ଗାଁକୁ ମାମୁଁ ଘରକୁ ବୁଲିବାକୁ ଆସିଥିଲା ଦୁଇ ବର୍ଷର ଶିଶୁ ପୁତ୍ର । ତେବେ କେହି ଜଣେ ଶିଶୁକୁ ଅପହରଣ କରି ନେଇଥିବା ବିରିଡ଼ି ଥାନାରେ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ସୌମ୍ୟରଞ୍ଜନ ତାଙ୍କ ଶ୍ବଶୁର ଘର ଶଙ୍କରପୁରକୁ ବୁଲିବାକୁ ଆସିଥିଲେ । ଆଜି ମଧ୍ୟାହ୍ଣରେ ପୁଅ ଦାଣ୍ଡରେ ଖେଳୁଥିବା ସମୟ ହଠାତ ନିଖୋଜ ହୋଇ ଯାଇଥିଲା ।
ପୁଅକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାର ପତ୍ତା ମିଳିପାରିନଥିଲା । ଶେଷରେ ପରିବାର ପକ୍ଷରୁ ବିରିଡି ଥାନା ପୋଲିସ ନିକଟରେ ଶିଶୁଟି ନିଖୋଜ ହେବା ନେଇ ଅଭିଯୋଗ କରାଯାଇଥିଲା । ଘଟଣା ସ୍ଥଳରେ ବିରିଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶେଷ କରି CCTV ଫୁଟେଜକୁ ଯାଞ୍ଚ କରୁଛି ପୋଲିସ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ