ଜଗତସିଂହପୁର: ବଦଳିଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ । ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ରହିବା ପରେ ତାଙ୍କୁ କେନ୍ଦ୍ରସରକାର ବଦଳି କରିଛନ୍ତି । ରିଙ୍କେଶ ରୟଙ୍କ ବଦଳି ପରେ ନୂତନ ଅଧ୍ୟକ୍ଷ ଭାବେ ବିନୋଦ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ହୋଇଛି ।
ସେ ଖୁବ ଶୀଘ୍ର କର୍ଯ୍ୟରେ ଯୋଗଦେବା ନେଇ ସୂଚନା ମିଳିଛି । 1993 ବ୍ୟାଚର IRSEE ଅଧିକାରୀ ବିନୋଦ କୁମାର 2017 ରୁ କୋଲକତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ମୁମ୍ବାଇ ରେଲୱେ ବିକାଶ ନିଗମର ଯନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ରିଙ୍କେଶ ରୟଙ୍କ ବଦଳି ପରେ ପାରାଦ୍ୱୀପ ପୋର୍ଟର ଅତିରିକ୍ତ ଦାୟିତ୍ବ ତାଙ୍କୁ କେନ୍ଦ୍ର ସରକାର ହସ୍ତାନ୍ତର କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ