ETV Bharat / state

Tirtol MLA Marriage Controversy: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ

author img

By

Published : Feb 4, 2023, 11:10 AM IST

Updated : Feb 4, 2023, 2:41 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୁଦ୍ଧରେ ମାମଲା ରୁଜୁ । ପ୍ରେମିକା ସୋମାଲିକା ଦାଶଙ୍କ ଏତଲା ଗ୍ରହଣ କରି ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

Case registered against Tirtol MLA
Case registered against Tirtol MLA
Tirtol MLA Marriage Controversy

ଜଗତସିଂହପୁର: ଅଡୁଆରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ପ୍ରେମିକା ସୋମାଲିକା ଦାଶ ଆଣିଥିବା ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ପୋଲିସ ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ପ୍ରେମିକାଙ୍କ ଏତଲା ଆଧାରରେ ପୋଲିସ ବିଧାୟକଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡର ଧାରା 376/ 313/506/ ଓ 34/ରେ ମାମଲା ରୁଜୁ କରିଛି । ଏହାସହିତ ଗତକାଲି(ଶୁକ୍ରବାର) ରାତିରେ ଦୁଇ ମହିଳା ପୋଲିସ ଅଧିକାରୀ ସୋମାଲିକାଙ୍କ ଜଗତସିଂହପୁର ଜିଲ୍ଲା ଦେଉଳି ଗ୍ରାମେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛି ।

ପୋଲିସ ଆଗରେ ବୟାନ ଦେବା ପରେ ସୋମାଲିକା ଇଟିଭି ଭାରତକୁ କହିଛନ୍ତି, ''ପୋଲିସ ଏତଲାକୁ ଆଧାର କରି ଯେଉଁ ଯେଉଁ ପ୍ରଶ୍ନ ପଚାରିଛି ସେ ତାହାର ଉତ୍ତର ରଖିଛନ୍ତି । ପୋଲିସ ପ୍ରାୟ ଏକ ଘଣ୍ଟା କାଳ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲା । ବିଧାୟକଙ୍କ ସହିତ କିଭଳି ସମ୍ପର୍କ ଆରମ୍ଭ ହେଲା, କେମିତି ପ୍ରେମ ସମ୍ପର୍କ ସୃଷ୍ଟି ହେଲା, ଲଭ ସେକ୍ସ ପରେ ବିଧାୟକ କାହିଁକି ଧୋକା ଦେଲେ ସେ ସମ୍ପର୍କରେ ପୋଲିସ ପଚାରି ବୁଝିଥିଲା ।''

ସୋମାଲିକାଙ୍କ କହିବା ଅନୁଯାୟୀ, ୨୦୧୮ରୁ ବିଜୟ ଶଙ୍କରଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ବିଧାୟକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସଂପର୍କ ସ୍ଥାପନ କରିଥିଲେ । ଶେଷରେ ସୋମାଲିକା ବିବାହ ପାଇଁ ଜିଦ ଧରିବାରୁ ୨୦୨୨ ଏପ୍ରିଲରେ ଉଭୟ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ବିବାହ ପାଇଁ ଆବେଦନ କରିଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ଆସି ନଥିଲେ ବିଜୟ ଶଙ୍କର । ଯାହାଫଳରେ ସୋମାଲିକା ତାଙ୍କ ନାମରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ମୋ ପାଖକୁ କିଛି ଆସିନି, ଯଦି ପୋଲିସ ମୋତେ ନୋଟିସ୍‌ କରେ ତେବେ ମୁଁ ତାହାର ଉତ୍ତର ରଖିବି ବୋଲି ସେ ଫୋନ ଯୋଗେ କହିଛନ୍ତି । କିଛି ଦିନର ନୀରବତା ପରେ ପୁଣିଥରେ ବିଧାୟକଙ୍କ ବିବାହ ବିବାଦ ଘଟଣାରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Feb 4, 2023, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.