ETV Bharat / state

ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର, ଦୁର୍ଘଟଣାରେ ଡ୍ରାଇଭର ମୃତ

author img

By

Published : Jan 23, 2022, 10:35 AM IST

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଗଡ଼ ଚୂନଛକ ନିକଟରେ ଆଜି(ରବିବାର) ସକାଳୁ ସଡକ ଦୁର୍ଘଟଣା ହୋଇଛି । ଓଡି୦୫ଏଏ୫୪୩୩ ଧଳା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ଅଜୟ ସେନାପତିଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର
ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଗଡ଼ ଚୂନଛକ ନିକଟରେ ଆଜି(ରବିବାର) ସକାଳୁ ସଡକ ଦୁର୍ଘଟଣା ହୋଇଛି । ଏଥିରେ ଓଡି୦୫ଏଏ୫୪୩୩ ନମ୍ବର ବିଶିଷ୍ଟ ଏକ ଧଳା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଅଜୟ ସେନାପତିଙ୍କ ମୃତ୍ୟୁ ହୋଇଛି । ଗାଡିଟି ପାରାଦ୍ବୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ବୋଲି ଜଣାପଡିଛି ।

ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର

ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଗାଡିଟି ରାସ୍ତାର ଡିଭାଇଡ଼ର ଅତିକ୍ରମ କରିବା ସମୟରେ ଦୁର୍ଘଟଣା ଘଟିଛି । ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଆହତଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ ଡ୍ରାଇଭର ଅଜୟ ସେନାପତିଙ୍କ ଘର ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କନ୍ତିଓ ଗ୍ରାମରେ । ମୃତ ଅଜୟ ପାରାଦୀପରେ ଜଣେ ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି l

ତେବେ ଦୁର୍ଘଟଣାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ହୋଇଥିଲା ଆହତଙ୍କ ବୟାନରୁ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.