ETV Bharat / state

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର ଓ ବାଇକ, ଜଣେ ମୃତ

author img

By

Published : Dec 13, 2020, 7:32 PM IST

ଜଗତସିଂହପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଳିଗଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା,ତଦନ୍ତ ଜାରି। ଅଧିକ ପଢନ୍ତୁ...

car burning in a road accident in jagatsinghpur
ଦୁର୍ଘଟଣାରେ ଜଳିଗଲା କାର, ଜଣେ ମୃତ

ଜଗତସିଂହପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବ ସହ ଜଳିଗଲା କାର । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରର କଟକ-ପାରାଦୀପ ମୁଖ୍ୟ ରାସ୍ତା ଜଗନ୍ନାଥପୁର ନିକଟରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାରେ ଜଳିଗଲା କାର, ଜଣେ ମୃତ

ସୂଚନା ଅନୁସାରେ କଟକରୁ ପାରାଦ୍ବୀପ ଆଡକୁ ଆସୁଥିବା ଏକ କାର ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଏହା ସହିତ ବାଇକକୁ 40 ଫୁଟ ଆଗକୁ ଘୋଷାଡ଼ି ନେଇଥିଲା। ଫଳରେ ବାଇକରେ ନିଆଁ ଲାଗିଯିବା ସହ ସେହି ନିଆଁରେ କାରଟି ମଧ୍ୟ ଜଳିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଆରୋହୀଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଡ଼ି ଯାଇଥିବା ଗାଡିକୁ ଜବତ କରିଛି । ତେବେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.