ETV Bharat / state

ପୌର ଫାଇଟ: ପାରାଦ୍ବୀପରେ ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ - candidates filed nomination in paradip

ପୌର ପରିଷଦରେ ଆଜି ୧୯ଟି ୱାର୍ଡ ପାଇଁ ୭୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୌରାଧ୍ୟକ୍ଷ ପଦ ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ପାରାଦ୍ବୀପରେ ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

author img

By

Published : Mar 8, 2022, 2:30 PM IST

ପାରାଦ୍ୱୀପ: ପୌର ପରିଷଦରେ ଆଜି(ସୋମବାର) ୧୯ଟି ୱାର୍ଡ ପାଇଁ ୭୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୌରାଧ୍ୟକ୍ଷ ପଦ ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବସନ୍ତ ବିଶ୍ୱାଳ, ଦେବବ୍ରତ ସାହୁ, ଗୌତମ ନାୟକ, ବିଶ୍ୱନାଥ ବଳ, ଓ ସି ଏଚେ ସୁରେଶ ।

ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏକ ରାଜନୈତିକ ଶୋଭାଯାତ୍ରା ବାହାର କରାଯାଇଥଇଲା । ଶେଷରେ ପାରାଦ୍ୱୀପ ପୌର ପରିଷଦ କାର୍ଯ୍ୟାଳୟରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପାରାଦ୍ୱୀପ ପୌର ପରିଷଦ 4ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ କେଦାର ଜେନାଙ୍କୁ କଂଗ୍ରେସ ସମର୍ଥନ କରି ପ୍ରାର୍ଥୀ ଦେଇ ନଥିବା ଦେଖିବାକୁ ମିଳିଛି । ପାରାଦ୍ୱୀପରେ ପୌର ଲଢେଇ ଜୋରଦାର ହେବାକୁ ପ୍ରମୁଖ ଦଳ ଗୁଡିକ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.