ETV Bharat / state

ସରିଲା ବାଲେଶ୍ବର-ତିର୍ତ୍ତୋଲ ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ

ରାଜ୍ୟର ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଜନତା । ଆଉ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କୋରୋନା ମହାମାରୀ ସମୟରେ ହୋଇଥିବା ଏହି ନିର୍ବାଚନରେ ନିଜର ବହୁ ମୂଲ୍ୟବାନ ମତ ସ୍ବାବ୍ୟସ୍ତ କରିଛନ୍ତି ଭୋଟର ।

author img

By

Published : Nov 3, 2020, 10:55 PM IST

Updated : Nov 3, 2020, 11:08 PM IST

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ

ଭୁବନେଶ୍ବର: କୋଭିଡ କଟକଣା ଭିତରେ ସୁରୁଖୁରରେ ଶେଷ ହୋଇଛି ମତଦାନ । ରାଜ୍ୟର ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଜନତା । ଆଉ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କୋରୋନା ମହାମାରୀ ସମୟରେ ହୋଇଥିବା ଏହି ନିର୍ବାଚନରେ ନିଜର ବହୁ ମୂଲ୍ୟବାନ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ,ସଂନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ଓ ବାଲେଶ୍ଵରରେ ୭୧ ପ୍ରତିଶତ ମତଦାନ ହୋଇଛି ।

ସରିଲା ବାଲେଶ୍ବର-ତିର୍ତ୍ତୋଲ ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । 3ଟି ବ୍ଲକ ଓ 60 ଟି ପଞ୍ଚାୟତର ପ୍ରାୟ 2 ଲକ୍ଷ 39 ହଜାର 153 ଜଣ ଭୋଟରଙ୍କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ9 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରମୁଖ ତିନି ଦଳ ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଦିବଙ୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା, କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ନିର୍ବାଚନ ଲଢିଛନ୍ତି ।

ସେହିପରି ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ମତଦାନ ସରିଛି । ଇଭିଏମରେ ସିଲ ହୋଇଛି 6 ପ୍ରାର୍ଥୀଙ୍କ ଭାଗ୍ୟ । କୋଭିଡ କଟକଣା ମଧ୍ୟରେ ନିଜନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ବାଲେଶ୍ଵରବାସୀ । କୋରନା ସଂକ୍ରମଣର ଭୟ ଥିଲେ ବି, ନିଜର ମତାଧିକାର ସାବ୍ୟସ୍ତ କରିବାକୁ କେହି ବି ହାତ ଛଡା କରିନାହାନ୍ତି । ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରଚାର ବେଳେ ଲୋକଙ୍କ ଉପରେ ଅଜାଡି ଦେଇଛନ୍ତି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ଏହାରି ଭିତରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ । ତାଙ୍କ ପାଇଁ ଅନେକ ଅଭିନେତ୍ରୀ,ସମାଜସେବୀ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଏହାସହ ଦୁଇ କେନ୍ଦ୍ରମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ ବାଲେଶ୍ବରରେ ଡେରା ପକାଇ ପ୍ରଚାର କରିଥିବାବେଳେ ଏବେ ସେମାନଙ୍କ ସମ୍ମାନ ବାଜିରେ ଲାଗିଛି ।

ମହାମାରୀ ସମୟରେ ମଧ୍ୟ ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । କୋଭିଡ କଟକଣା ଭିତରେ ସ୍ବତଃବୃତ ଭାବେ ଆଗେଇ ଆସିଥିଲେ ଭୋଟର । ଅନ୍ୟପଟେ ଏଭଳି ମହାମାରୀ ସମୟରେ ପ୍ରଶାସନର ପ୍ରସ୍ତୁତି ମଧ୍ୟ ନିଶ୍ଚୟ ପ୍ରଶଂସାଯୋଗ୍ୟ ଥିଲା । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ସହ କୋଭିଡ ଗାଇଡଲାଇନ୍‌ ଅନୁସାରେ ଭୋଟ ଗ୍ରହଣ, ପ୍ରତି ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ଗ୍ଲୋବସ ବ୍ୟବସ୍ଥା କରାଯାଇଥିଲା ।

ତେବେ କାଁ-ଭା ଗୋଟିଏ ଦୁଇଟି ବୁଥ୍ କୁ ଛାଡ଼ିଦେଲେ ଉଭୟ ବାଲେଶ୍ବର ସଦର ଏବଂ ତିର୍ତୋଲ ଉପ-ନିର୍ବାଚନରେ ଅତି ଶୃଙ୍ଖଳିତ ଭାବେ ମତସାବ୍ୟସ୍ତ ହୋଇଛି । ଏପଟେ ସୁରୁଖୁର ମତଦାନ ସହ ପ୍ରାର୍ଥୀଙ୍କ ପରୀକ୍ଷା ମଧ୍ୟ ଶେଷ ହୋଇଛି । ଏବେ ଅପେକ୍ଷା ଜନତାଙ୍କ ଜନାଦେଶକୁ । ତାଙ୍କ ଫୈସଲାକୁ । କେଉଁ ଦଳର ପ୍ରାର୍ଥୀ ବିଜୟୀ ହେଉଛନ୍ତି ଓ କାହାକୁ ଜନତା ନିଜର ନେତା ବାଛିଛନ୍ତି ତାହା ଆଗାମୀ 10 ତାରିଖ ଭୋଟ ଗଣତି ପରେ ହିଁ ଜଣାପଡିବ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 3, 2020, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.