ETV Bharat / state

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ । ଅଭିଯୁକ୍ତ ଗିରଫ, ତଦନ୍ତ ଜାରି । ଅଧିକ ପଢନ୍ତୁ...

Businessman attacked in  jagasingpur, one arrested
ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ,ଅଭିଯୁକ୍ତ ଗିରଫ
author img

By

Published : Feb 17, 2021, 10:17 PM IST

ଜଗତସିଂହପୁର: ବଟି ନ ଦେବାରୁ ଭୁଜାଲିରେ ମରଣାତ୍ମକ ଆକ୍ରମଣ । ଅଳ୍ପକେ ବର୍ତିଲେ ବ୍ୟବସାୟୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସହରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ,ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ ଜଗତସିଂହପୁର ଉପକଣ୍ଠ ଆଳି ପିଙ୍ଗଳର ସଞ୍ଜୟ ଜେନା ନାମକ ଜଣେ ବ୍ୟକ୍ତି ଜଗତସିଂହପୁର ସହରରେ ଏକ ହୋଟେଲ କରି ବ୍ୟବସାୟ କରନ୍ତି। ସହରର କାଳିଆ ପାତ୍ର ନାମକ ଜଣେ ଅସାମାଜିକ ବ୍ୟକ୍ତି ପ୍ରତେକ ଥର ଧମକ ଚମକ ଦେଇ ବଟି ଆଦାୟ କରୁଥିଲା। ହେଲେ ଆଜି(ବୁଧବାର) ସନ୍ଧ୍ୟାରେ କାଳିଆ ବଟି ମାଗିବାକୁ ଆସି ପ୍ରତ୍ୟକ ଦିନ ହଜାରେ ଟଙ୍କା ଦେବାକୁ କହିଥିଲା।ଏଥିରେ ବ୍ୟବସାୟୀ ଜଣକ ରାଜି ନ ହେବାରୁ କାଳିଆ ଏକ ଭୁଜାଲିରେ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା।ଏଥିରେ ବ୍ୟବସାୟୀ ଜଣକ ଜୀବନ ବିକଳରେ ହୋଟେଲ ଛାଡି ଦୌଡି ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଯିବାରୁ କାଳିଆ ସେଠାରୁ ଖସି ପଳାଇ ଯାଇଥିଲା। ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ କାଳିଆକୁ ଗିରଫ କରିଛି। କାଳିଆ ନାମରେ ପୂର୍ବରୁ ଦାଦାବଟି ଆଦାୟ, ଡକାୟତି ଭଳି ଅନେକ ସଙ୍ଗୀନ ମାମଲା ଥିବା ପୋଲିସ କହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.