ETV Bharat / state

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଏସଏଫ ଯବାନ ସତ୍ୟରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ, ଶୋକରେ ବୁଡ଼ିଲା ବିରିଡି

author img

By ETV Bharat Odisha Team

Published : Oct 9, 2023, 8:39 PM IST

ଜଗତସିଂହପୁର ବିରିଡି ଅଞ୍ଚଳର ବିଏସଏଫ ଯବାନ ସତ୍ୟରଞ୍ଜନ ପାଲଙ୍କ ଦେହାନ୍ତ । ଶେଷକୃତ୍ୟ ପରେ ବିରିଡି ଅଞ୍ଚଳରେ ଶୋକର ଛାୟା । ଅଧିକ ପଢନ୍ତୁ

BSF Jawan dies in Road Accident
BSF Jawan dies in Road Accident
Road Accident: ଦୁର୍ଘଟଣାରେ ବିଏସଏଫ ଯବାନ ସତ୍ୟରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ, ଶୋକରେ ବୁଡ଼ିଲା ବିରିଡି

ଜଗତସିଂହପୁର: ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବାରେଡିଆ ଗ୍ରାମର ବିଏସଏଫ୍ ଯବାନ ସତ୍ୟ ରଞ୍ଜନ ପାଲଙ୍କ ଦେହାନ୍ତ । ଛୁଟିରେ ଗାଁକୁ ଆସି ଡ୍ୟୁଟିକୁ ଫେରୁଥିବା ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହାପରେ ସାରା ବିରିଡି ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ସତ୍ୟଜିତ କୋଲକାତାରେ ୧୪୫ ବିଏସଏଫ ବାଟାଲିୟନରେ କାର୍ଯ୍ୟରତ ଥିବାବେଳେ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ । ରବିବାର ତାଙ୍କ ପତ୍ନୀଙ୍କୁ ଭୁବନେଶ୍ବର ଛାଡି ନିଜ ବାଇକରେ ଫେରୁଥିବା ସମୟରେ ଚଉପଡ଼ା ନିକଟରେ ବାଇକ ଦୁର୍ଘଟଣା ଘଟିଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ଯବାନ ସତ୍ୟଜିତଙ୍କ ବିଏସଏଫ ପକ୍ଷରୁ ତାଙ୍କ ମର ଶରୀରର ବ୍ୟବଚ୍ଛେଦ କରାଯିବା ପରେ ମରଶରୀର ଗାଁକୁ ଅଣାଯାଇଥିଲା ।

ଏହା ବି ପଢନ୍ତୁ- ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ, ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ

ଏ ସମ୍ପର୍କରେ ଖବର ପାଇବା ପରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ପୂରଣ ସରପଞ୍ଚ ଯୁଧୀଷ୍ଠିର ବେହେରା, ବାରେଡିଆସା ସରପଞ୍ଚ ମନୋରଞ୍ଜନ ଭୋଇ ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ପାଳ, କାଳନ୍ଦୀ ଚରଣ ବସ୍ତିଆ, ପ୍ରମୁଖ ଶହ ଶହ ସଂଖ୍ୟକ ଅଞ୍ଚଳବାସୀ ଶୋଭଯାତ୍ରାରେ ସାମିଲ ହୋଇ ସହିଦ ଯବାନଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଯବାନଙ୍କ ବିୟୋଗରେ ୨୨ ମୌଜା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୋମବାର ତାଙ୍କ ଜନ୍ମଭୂମି ବାରେଡିଆ ଗ୍ରାମକୁ ଶୋଭାଯାତ୍ରାରେ ଅଣାଯାଇ ବିଏସଏଫ ଯବାନମାନଙ୍କ ଦ୍ଵାରା ଗ୍ରାମ୍ୟ ଶ୍ମଶାନକୁ ଅଣାଯାଇଥିଲା । ଏଠାରେ ଶହୀଦ ଯବାନ ସତ୍ୟଜିତଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ମର ଶରୀର ୨୨ ମୌଜାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ଵାରା ମାଇନ୍ଦପୁରଠାରୁ ଏକ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ କରାଯାଇଥିଲା ଶେଷକୃତ୍ୟ ।

ସୂଚନା ଥାଉ କି ନିକଟରେ ଓଡିଶାରୁ ଆଉ ଜଣେ ଯବାନ ଶହୀଦ ହୋଇଥିଲେ । ଏହି ଯବାନ ହେଉଛି ଢେଙ୍କାନାଳ କାମାକ୍ଷାନଗର ନିକଟ କେନ୍ଦୁଢିପ ଗ୍ରାମର ପୁଅ ସରୋଜ ଦାସ । ସେ ସିକ୍କିମ ବନ୍ୟାରେ ଭାସିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଶହୀଦ ଯବାନ ସରୋଜଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.