ETV Bharat / state

ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା କରିବ ବିଜେପି - 150 ତମ ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ ଅବସରରେ ସାରା ରାଜ୍ୟର 21 ଟି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯିବ । ଯାହାକୁ ନେଇ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ସମ୍ବାଦିକ ସମ୍ମିଳନୀ ।

150 ତମ ଗାନ୍ଧୀ ଜୟନ୍ତୀ ଅବସରରେ, ବିଜେପି ପକ୍ଷରୁ ପଦଯାତ୍ରା
author img

By

Published : Oct 1, 2019, 12:00 AM IST

ଜଗତସିଂହପୁର: 150 ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର 2ରେ ସାରା ରାଜ୍ୟର 21ଟି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯିବା । ଯାହାକୁ ନେଇ ଜଗତସିଂହପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ କରାଯାଇଥିଲା ।

150 ତମ ଗାନ୍ଧୀ ଜୟନ୍ତୀ ଅବସରରେ, ବିଜେପି ପକ୍ଷରୁ ପଦଯାତ୍ରା

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ଜିଲା ସଂଯୋଜକ ଅମର ନାୟକ, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ଯୁବ ସଭାପତି ସମ୍ପଦ ସ୍ଵାଇଁ, ପ୍ରମୁଖ ଯୋଗ ଦେଇ ମୋଦି ସରକାରଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ନେତାଙ୍କ ମଧ୍ୟରେ ବିବାଦ ସ୍ପଷ୍ଟ ବାରିହୋଇ ପଡୁଥିଲା । ବରିଷ୍ଠ ବିଜେପି ନେତା ଡଃ ଦାମଦୋର ରାଉତଙ୍କ ଅନୁପସ୍ଥିତିକୁ ନେଇ ସଂଯୋଜକ ଅମର ନାୟକ କହିଥିଲେ ଅସୁସ୍ଥତା କାରଣରୁ ଦାମ ବାବୁ ଆସିପାରି ନାହାଁନ୍ତି ।

ତେବେ ଏ ସମ୍ପର୍କରେ ଦାମଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଆପୋଲରେ ଅପରେସନ ହୋଇଥିଲା । କିନ୍ତୁ ଏବେ ମୁଁ ସୁସ୍ଥ ଅଛି । ମୋତେ କେହି ଡାକିନଥିବା ସେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ସିଂ, ଇଟିଭି ଭାରତ

Intro:ଜଗତସିଂହପୁର ଆସନ୍ତା ଅକ୍ଟୋବର 2 ତାରିଖ ରେ ହେବାକୁ ଥିବା 150 ତମ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ରାଜ୍ୟର 21 ଟି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ପଦଯାତ୍ରା ର ଆୟୋଜନ କରାଯିବା କୁ ନେଇ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବିଜେପି ମହିଳାମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା,ପୃର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ଜିଲା ସଂଯୋଜକ ଅମର ନାୟକ, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲା ଯୁବ ସଭାପତି ସମ୍ପଦ ସ୍ଵାଇଁ, ପ୍ରମୁଖ ଯୋଗ ଦେଇ ମୋଦି ସରକାର ଙ୍କ ଯୋଜନା ଉପରେ ଆଲୋକ ପାତ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ନେତା ଙ୍କ ମଧ୍ୟରେ ବିବାଦ ସ୍ପଷ୍ଟ ବାରିହୋଇ ପଡୁଥିଲା। ବରିଷ୍ଠ ବିଜେପି ନେତା ଡା ଦାମଦୋର ରାଉତ ଙ୍କ ଅନୁପସ୍ଥିତି କୁ ନେଇ ସଂଯୋଜକ ଅମର ନାୟକ କହିଥିଲେ ଅସୁସ୍ଥତା କାରଣରୁ ଦାମ ବାବୁ ଆସିପାରି ନାହାଁନ୍ତି। ତେବେ ଏ ସମ୍ପର୍କରେ ଡା ଦାମୋଦର ରାଉତ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଆପୋଲ ରେ ଅପରେସନ ହୋଇଥିଲି।କିନ୍ତୁ ଏବେ ମୁଁ ସୁସ୍ଥ ଅଛି। ମୋତେ କେହି ଡାକିନଥିବା ସେ ପ୍ରକାଶ କରିଛନ୍ତି।

Body:rpt_ susanta Kumar patra
jagatsinghpur

Conclusion:jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.