ଜଗତସିଂହପୁର : ଜିଲ୍ଲାରେ ପୌର ପରିଷଦରେ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ଶୁକ୍ରବାର) ପାରାଦ୍ୱୀପ ପୌର ପରିଷଦରେ କେହି ମନୋନୟନ ଦାଖଲ କରି ନ ଥିବା ବେଳେ ଜଗତସିଂହପୁର ପୌର ପରିଷଦରେ 2 ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦଖଲ କରିଛନ୍ତି। ଜଗତସିଂହପୁର ପୌର ପରିଷଦ କାଉନସିଲର ପଦବୀ ପାଇଁ ଆଜି 32 ଟି ଫର୍ମ ବିକ୍ରୀ ହୋଇଥିବା ସୂଚନା ମିଳିଛି।
ଏହାବି ପଢନ୍ତୁ : Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆର ଆଣ୍ଡ ବି କନିଷ୍ଠ ଯନ୍ତ୍ରୀ
ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ପାଇଁ ସେତେଟା ରାଜନୀତି ସରଗରମ ହୋଇ ନଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସଂଗଠନକୁ ସଜାଡ଼ିବା ପ୍ରୟାସ ଆରମ୍ଭ କରିଛନ୍ତି। ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ବୁଝାଇ ନିଜ ସପକ୍ଷରେ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜନୈତିକ ଦଳ।ଆସନ୍ତାକାଲି(ଶନିବାର) ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ନୋମିନେସନ କରିବାର ସୂଚନା ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ