ETV Bharat / state

ତେଜୁଛି ବିଜୟ ଶଙ୍କରଙ୍କ ଗିରଫ ଦାବି, ବିଧାୟକଙ୍କ ସପକ୍ଷରେ ବାହାରିଲା ଛାତ୍ର ବିଜେଡି

author img

By

Published : Feb 19, 2023, 3:51 PM IST

ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ବିଧାୟକଙ୍କ ଗିରଫ ଦାବି ନେଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଘଟଣା ନେଇ ସଫେଇ ଦେଇଛି ବିଜୁ ଛାତ୍ର ଜନତା ଦଳ । ଅଧିକ ପଢ଼ନ୍ତୁ

ବିଧାୟକ ବିଜୟ ଶଙ୍କର ଓ ସୋମାଲିକା ମାମଲା
mla bijay shankar and somalika conflict

ତେଜୁଛି ବିଜୟ ଶଙ୍କରଙ୍କ ଗିରଫ ଦାବି

ଜଗତସିଂହପୁର: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକଙ୍କ ପାଇଁ ଅଡୁଆ ଦିନକୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ବାନ୍ଧବୀ ଆଣିଥିବା ଦୁଷ୍କର୍ମ ଅଭିଯୋଗ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଏହି ଘଟଣାରେ ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଏସପିଙ୍କୁ ଭେଟି ତୁରନ୍ତ ବିଧାୟକ ବିଜୟ ଶଙ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା । ପରେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଏସପି ଅଫିସ ଘେରିଥିଲା । ବିରୋଧୀଙ୍କ ଶାଣିତ ଆକ୍ରମଣ ପରେ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳ ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଫେଇ ଦେଇଛି ଯେ, "ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଆକ୍ରୋଶମୂଳକ କାର୍ଯ୍ୟ କରୁଛନ୍ତି । ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଜଗତସିଂହପୁର ପୋଲିସ ତଦନ୍ତ କରୁଛି । ଦୁଃଖ ଓ ପରିତାପର ବିଷୟ ଯେ, ମାମଲାର ତଦନ୍ତ ଚାଲୁଥିବା ସମୟରେ ବିଧାୟକଙ୍କ ବିରୋଧରେ ବିରୋଧୀ ଦଳ ଦାବିପତ୍ର ଦେବା ଆଳରେ ବହୁ ଅଶାଳୀନ ଓ ଅପଶବ୍ଦ ବ୍ୟବହାର କରାଯାଉଛି । ସେହିପରି ରାଜ୍ୟ ସରକାର ଓ ଦଳକୁ ମଧ୍ୟ ବିରୋଧୀ କଟୁ ସମାଲୋଚନା କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । ସରକାର କେବେ ବି ପୋଲିସ ଉପରେ ଚାପ ପକାନ୍ତି ନାହିଁ । ବିଧାୟକ ମଧ୍ୟ ଆଇନକୁ ସମ୍ମାନ ଦେଇ ଗଣମାଧ୍ୟମ ସମ୍ମୁଖରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ।" ଆଇନ ଓ ପୋଲିସ ତଦନ୍ତ ଉପରେ ବିଧାୟକଙ୍କ ବିଶ୍ୱାସ ରହିଥିବା ବିଜୁ ଯୁବ ଜନତା ଦଳ କହିଛି ।

ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳର ସଭାପତି କହିଛନ୍ତି, ବିଧାୟକଙ୍କ ସହ ଅନ୍ୟଜଣେ ଯୁବତୀଙ୍କ ଆପତ୍ତି ଜନକ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଦୋଷୀ ସାବ୍ୟସ୍ତ ନ ହୋଇ ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଠାରୁ ଆରମ୍ଭ କରି ଦଳକୁ ଯେପରି ଭାବେ ଚିତ୍ରଣ କରାଯାଉଛି ତାକୁ ବିଜୁ ଛାତ୍ର ଜନତା ଦଳ ବିରୋଧ କରୁଥିବା କହିଛନ୍ତି । ପୋଲିସର ତଦନ୍ତ ସରିବା ପର୍ଯ୍ୟନ୍ତ ବିରୋଧୀମାନେ ଅପେକ୍ଷା ନ କରି ଯେଉଁଭଳି ଭାବେ ଅପପ୍ରଚାର କରୁଛନ୍ତି ତାକୁ ଯଦି ବନ୍ଦ ନ କରନ୍ତି ତେବେ ଏହାକୁ ବିରୋଧ କରି ବିଜୁ ଛାତ୍ର ଜନତା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଅପରପକ୍ଷେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ ଓ ବିଜେପି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି ଯେ, ବିଜୁ ଜନତା ଦଳର ଯେଉଁ ନାରା ରହିଛି, 'ମାଆକୁ ସମ୍ମାନ' ତାର ଗତି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ? ବିଧାୟକଙ୍କ ବନ୍ଧବୀ ସୋମାଲିକା ଦାସ ଜଗତସିଂହପୁର ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇ ବାରମ୍ବାର ନ୍ୟାୟ ପାଇଁ ଦୌଡିଥିଲେ । ମାତ୍ର ପୋଲିସ ନ୍ୟାୟ ଦେବାର ତ ଦୂରର କଥା ଏତଲା ମଧ୍ୟ ରଖି ନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ପୋଲିସ ସଙ୍ଗୀନ ମାମଲା ରୁଜୁ କରିଥିଲେ ମଧ୍ୟ ବିଧାୟକଙ୍କୁ ଡାକି ପଚରାଉଚରା କରିବାକୁ ସାହସ ଜୁଟାଇ ପାରିନାହିଁ । ଫେବୃଆରୀ 3 ତାରିଖରେ ଜଗତସିଂହପୁର ପୋଲିସ ମାମଲା ରୁଜୁ କରିଥିଲା ।

ଆଜକୁ 16 ଦିନ ବିତି ଗଲାଣି, ହେଲେ ବିଧାୟକଙ୍କୁ ଦେଖି ଡରୁଛି ପୋଲିସ । ତିର୍ତ୍ତୋଲ ବିଧାୟକଙ୍କ ସହ ଅନେକ ଯୁବତୀଙ୍କ ସମ୍ପର୍କ ରହିଥିବା ପୀଡିତା ସୋମାଲିକା ଅଭିଯୋଗ କରିଛନ୍ତି । ଏପରିକି ଜଣେ ଯୁବତୀଙ୍କ ସହିତ ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । କିନ୍ତୁ ସରକାର ଓ ପୋଲିସ ନିରବ ଦ୍ରଷ୍ଟା ସାଜିଥିବା କଂଗ୍ରେସ ଅଭିଯୋଗ କରିଛି । ଯଦି ସାଧାରଣ ଲୋକଙ୍କ ବିରୋଧରେ ଏହିପରି ସଙ୍ଗୀତ ଦଫା ଲାଗିଥାନ୍ତା ତେବେ ଜଗତସିଂହପୁର ପୋଲିସ ତାଙ୍କୁ କେବେଠାରୁ ଗିରଫ କରି ସାରନ୍ତାଣି । ଯେହେତୁ ବିଜୟ ଶଙ୍କର ଶାସକ ବିଜେଡି ଦଳର ବିଧାୟକ ଅଛନ୍ତି ପୋଲିସ ତାଙ୍କୁ ଖୁଲମ ଖୋଲା ଛାଡି ଦେଇଥିବା ସେ କହିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହି ଘଟଣାକୁ ନେଇ କଡ଼ା ସମାଲୋଚନା କରିଛି । ପୀଡିତାଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ବିଫଳ ହୋଇଥିବା ବିଜେପି ମହିଳା ନେତ୍ରୀ କୃଷ୍ଣା ମହାନ୍ତି ଅଭିଯୋଗ କରିଛନ୍ତି । ଜଣେ ସାଧାରଣ ମହିଳା ଏହି ସରକାରରେ କିଭଳି ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.