ETV Bharat / state

ଆଜି ବି ଭାଙ୍ଗିଲା ଢିଙ୍କିଆ ପାନ ବରଜ, ଗ୍ରାମବାସୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ସଭାପତି

ଏରସମା ବ୍ଲକ ଢ଼ିଙ୍କିଆ ଗ୍ରସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ସେପଟେ ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ପାନ ବରଜ ଭଙ୍ଗା ଯାଇଥିଲା । ଅଧିକ ପଢ଼ନ୍ତୁ

author img

By

Published : Jan 19, 2022, 8:25 PM IST

ଆଜି ବି ଭାଙ୍ଗିଲା ଢିଙ୍କିଆ ପାନ ବରଜ, ଗ୍ରାମବାସୀଙ୍କୁ ଭେଟିଲେ ସମାଜାବାଦୀ ପାର୍ଟି ସଭାପତି

ଜଗତସିଂହପୁର: ଏରସମା ବ୍ଲକ ଢ଼ିଙ୍କିଆ ଗ୍ରସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ଘରଘର ବୁଲି ଲୋକଙ୍କ ସହ କଥା ହେବା ସହ ସମାଜବାଦୀ ପାର୍ଟି ଗ୍ରାମବାସୀଙ୍କ ସହିତ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ଏହି କ୍ରମରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଗ୍ରାମବାସୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ସଭାପତି

ରବି ବେହେରା କହିଛନ୍ତି ଯେ, "ଶିଳ୍ପ ପ୍ରତିଷ୍ଠା ଯଦି ଲୋକଙ୍କ ପାଇଁ ତେବେ ଲୋକଙ୍କ ମୃତଦେହ ଉପରେ ଶିଳ୍ପ ପ୍ରତିଷ୍ଠା ହେବ କଣ ପାଇଁ ? ସ୍ତ୍ରୀ ଲୋକମାନେ କାନ୍ଦୁଛନ୍ତି । ଗାଁର ପୁରୁଷମାନେ ମାଡ଼ ଖାଇ କେଉଁଠି ଅଛନ୍ତି କେହି କହି ପାରୁନାହାନ୍ତି । ମୁକବଧିର ଯେଉଁମାନଙ୍କ ପାଟି ଫିଟୁନାହିଁ ତାଙ୍କ ବିରୋଧରେ ମଧ୍ୟ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି । ଢିଙ୍କିଆରୁ ପୋଲିସ ଛାଉଣୀ ହଟିବା ଦରକାର ।"

ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ତା ସହିତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଜୋରଜବରଦସ୍ତ ପାନ ବରଜ ଭଙ୍ଗାରୁ ପ୍ରଶାସନ ନିବୃତ୍ତ ନ ରହିଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ଦାୟୀ ରହିବେ ବୋଲି କହିଛନ୍ତି।

ସେପଟେ ଆଜି ଢିଙ୍କିଆ ଗାଁରେ ଆଜି ତିନୋଟି ଟିମ୍‌ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଗାଁର ପ୍ରସନ୍ନ ସାହୁ, ବାପୁ ରାଉତ, ଟୁକ ରାଉତ, ରମେଶ ମଲ୍ଲିକ ଓ ଶଙ୍କର ମଲ୍ଲିକଙ୍କ ଭଳି ବହୁ ଲୋକ ନିଜେ ଉପସ୍ଥିତ ରହି ବରଜ ମାପ କରିଥିଲେ । ତେବେ ଆଜି ପ୍ରାୟ ୫୦ରୁ ଅଧିକ ପାନବରଜ ମାପଚୁପ କରାଯାଇଥିଲା । ସେଥିମଧ୍ୟରୁ ୩୫ଟି ପାନବରଜ ଭଙ୍ଗା ଯାଇଛି । ଏହି ସମସ୍ତ ବରଜ ଢିଙ୍କିଆ, ମାହାଳ ଓ ପାଟଣା ଗାଁର ବୋଲି ଜଣା ପଡ଼ିଛି ।

ଆଜି ସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ପାନ ବରଜ ମାପଚୁପ ଶେଷ ହୋଇଛି । ଗତ ୨ ଦିନ ହେବ ଏହି ଗାଁର ଲୋକମାନେ ପାନବରଜ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଯେଉଁ ମାନଙ୍କ ସହମତି ଓ ସହଯୋଗ ରହିଛି ସେହି ଅନୁଯାୟୀ ବରଜ ଭଙ୍ଗା କାର୍ଯ୍ୟ କରାଯାଉଛି । ଏଥି ସହିତ କମ୍ପାନୀ ପକ୍ଷରୁ ମାହାଳ ସୀମାରେ ହୋଇଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ମଧ୍ୟ ସ୍ଥାନୀୟ ଲୋକମାନେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.