ETV Bharat / state

ରାସନ କାର୍ଡଧାରୀଙ୍କୁ ଗହମ ଯୋଗାଣରେ ବାଧା - ଗହମ ଯୋଗାଣରେ ସସମ୍ୟା

ରାସନ କାର୍ଡଧାରୀଙ୍କ ଗହମ ଯୋଗାଣରେ ସମସ୍ୟା ଉପୁଜିଛି । ବ୍ଲକକୁ ଯେତିକି ଗହମ ବଣ୍ଟନ ହେବା ପାଇଁ ଆସିବା କଥା ତାହା ଆସିନାହିଁ ଫଳରେ ହିତାଧିକାରୀଙ୍କୁ ଗହମ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି ( pds wheat distribution problem ) । ଅଧିକ ପଢନ୍ତୁ

pds wheat distribution problem
ରାସନ କାର୍ଡଧାରୀଙ୍କୁ ଗହମ ଯୋଗାଣରେ ବାଧା
author img

By

Published : Jan 12, 2023, 12:55 PM IST

ration card beneficiary problem

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କୁଜଙ୍ଗ ବ୍ଲକରେ ରାସନକାର୍ଡ ହିତାଧୀକାରୀ ଚାଉଳ ଓ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗର ତ୍ରୁଟି ନେଇ ଏହି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ମାସରେ କୁଜଙ୍ଗ ବ୍ଲକକୁ 1033 କ୍ବୁଣ୍ଟାଲ ଗହମ ଯୋଗାଣରେ ବାଧା ସୃଷ୍ଟି ହୋଇଛି ।

ସମସ୍ତ ରାସନ କାର୍ଡଧାରୀ ହକ ଅନୁସାରେ ରାସନ ପାଇବା କଥା । ମାତ୍ର ଜିଲ୍ଲା ଯୋଗାଣ ବିଭାଗର ତ୍ରୁଟି ଯୋଗୁ ଗତ ଡିସେମ୍ବର ମାସ ରେ କୁଜଙ୍ଗ ବ୍ଲକକୁ ୧୦୩୩ କ୍ବୁଣ୍ଟାଲ ଗହମ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଫଳରେ ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ପାଇଥିବା ଗରିବ ହିତାଧିକାରୀ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରାଞ୍ଚଳରେ ମୋଟ ୩୩ ହଜାର ପରିବାରର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନଙ୍କୁ ଗହମ ବଣ୍ଟନ ନିମନ୍ତେ ମାସିକ ଏହି ବ୍ଲକରେ ୪ ହଜାର କ୍ବୁଣ୍ଟାଲ ଚାଉଳ ଓ ଦୁଇ ହଜାର କୁଇଣ୍ଟାଲ ଗହମ ବଣ୍ଟନ କରାଯାଇଥାଏ । କିନ୍ତୁ ଗତ ଡିସେମ୍ବର ମାସରେ ବିଭାଗୀୟ ଅବହେଳା ଯୋଗୁଁ ୧୦୩୩ କୁଇଣ୍ଟାଲ ଗହମ ଉଠି ପାରି ନଥିବାରୁ ଲୋକେ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଦିନେ ବାଉଁଶରେ ହକି ଷ୍ଟିକ୍‌ ତିଆରି କରି ଖେଳୁଥିଲେ, ଏବେ ବିଶ୍ବକପ୍‌ ଖେଳିବେ ନୀଲମ

ଏ ସମସ୍ୟା ନେଇ କୁଜଙ୍ଗ ବିଡିଓଙ୍କ ସହ ଆଲୋଚନା କରାଯାଇଥିଲା । ପ୍ରତିକ୍ରିୟା ରଖି ବିଡିଓ ସୌମ୍ୟଶ୍ରୀ ପ୍ରାଣିଗ୍ରାହୀ କହିଛନ୍ତି, ଗତ ମାସରେ ଯେତିକି ବଣ୍ଟନ ଗହମ ଥାଏ ତାହା ଜିଲ୍ଲା ଅଫିସରୁ ସ୍ଥିରିକୃତ ହୋଇ ମାସ ଆରମ୍ଭରୁ ବ୍ଲକକୁ ଜଣାଯାଏ । ସେହି କ୍ରମରେ ଗତମାସରେ ଥିବା ଟାର୍ଗେଟ ଅନୁସାରେ ସେତିକି ଗହମ ମିଳିନାହିଁ । 1033 କ୍ବୁଣ୍ଟାଲ କମ ଗହମ ଆସିଛି । ଅନ୍ୟ କେଉଁ ବ୍ଲକକୁ ଏହି ବଣ୍ଟନ ହୋଇଛି ସେ ନେଇ କୌଣସି ସୂଚନା ଆମର ହସ୍ତଗତ ହୋଇନାହିଁ । ଏ ବିଷୟରେ ଜିଲ୍ଲାପାଳ ଓ ସିଏସଓଙ୍କୁ ଅବଗତ କରାଯାଇଛି । ଦରକାର ପଡୁଥିବା ନ ମିଳିଲେ ଲୋକଙ୍କୁ ବାଣ୍ଟିବାରେ ଅସୁବିଧା ହେବ । ପିଡିଏସ ଗହମ ଯେତିକି ମିଳିବା କଥା ସେତିକି ମିଳିବ ବୋଲି ଆଶା । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ।''

ଏହାକୁ ନେଇ ମଧ୍ୟ କୁଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ଲେଖାଯାଇଛି । ତେବେ ଘଟଣା ଯାହା ହେଉନା କାହିଁକି ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.