ETV Bharat / state

ଫନିକୁ ନେଇ ଭୟଭୀତ ବାଙ୍ଗଲାଦେଶୀ ସରଣାର୍ଥୀ - refugee

ଫନି ପାଇଁ  ବାଙ୍ଗଲାଦେଶୀ ସରଣାର୍ଥୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲେ ସୁଦ୍ଧା ସୁରକ୍ଷୀତ ସ୍ଥାନକୁ ଯିବାକୁ ମନ ବଳାଉ ନାହାନ୍ତି ଏମାନେ । ଖାସ କରି ସରକାରୀ ଜାଗାରେ ଝୁମ୍ପୁଡି ଘରକରି ଜବରଦଖଲ ଭାବେ ରହିଥିବା ସରଣାର୍ଥୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 2, 2019, 12:55 AM IST

ଜଗତସିଂହପୁର: ଫନିର ଆଗମନକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ଆତଙ୍କର ଛାୟା । ତଳିଆ ଅଞ୍ଚଳରେ ଘର କରି ରହିଥିବା ଲୋକଙ୍କୁ ଖୁବ୍‌ ଶୀଘ୍ର ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । କିନ୍ତୁ ଜଗତସିଂହପୁରର ବାଙ୍ଗଲାଦେଶୀ ସରଣାର୍ଥୀ ଏବେ ଜିଲ୍ଲା ପ୍ରଶାସନ ପାଇଁ ପାଲଟିଛନ୍ତି ମୁଣ୍ଡ ବିନ୍ଧାର କାରଣ ।

ଫନି ପାଇଁ ବାଙ୍ଗଲାଦେଶୀ ସରଣାର୍ଥୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲେ ସୁଦ୍ଧା ସୁରକ୍ଷୀତ ସ୍ଥାନକୁ ଯିବାକୁ ମନ ଏଡାଉ ନାହାନ୍ତି ଏମାନେ । ଖାସ କରି ସରକାରୀ ଜାଗାରେ ଝୁମ୍ପୁଡି ଘରକରି ଜବରଦଖଲ ଭାବେ ରହିଥିବା ସରଣାର୍ଥୀ ।

ରଘୁନାଥପୁର ବ୍ଲକ ଅଧିନ ତରିକୁନ୍ଦ ପଞ୍ଚାୟତର ଅଳକାନଦୀ ମଝି ପଠାରେ ପ୍ରାୟ ୧୫ ଟି ବାଙ୍ଗଲାଦେଶୀ ପରିବାର ରହୁଛନ୍ତି । ଏହା ଏକ ତଳିଆ ଅଞ୍ଚଳ ହୋଇଥିବାରୁ ପାଣିର ଭୟ ରହିଛି । ଏନେଇ ପ୍ରଶାସନ ସେମାନଙ୍କୁ ଉକ୍ତ ସ୍ଥାନ ଛାଡି ଚାଲିଯିବାକୁ କହିଛି । କିନ୍ତୁ ବିସ୍ତାପିତ ଭୟରେ ଜାଗା ଛାଡି ଯିବାକୁ ନାରାଜ ହେଉଛନ୍ତି ଏମାନେ । ସେପଟେ ଆଜି ରାତିସୁଧା ସେମାନେ ସ୍ଥାନ ଛାଡି ନଗଲେ ଆସନ୍ତା କାଲି ପୋଲିସ ଲଗାଇ ସ୍ଥାନ ଖାଲି କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରସାଶନ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

banaja

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.