ଜଗତସିଂହପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ । ଏରସମା ବ୍ଲକରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।
ଏରସମା ବ୍ଲକ ଗଡ଼ କୁଜଙ୍ଗ ପଞ୍ଚାୟତ ଧୁର୍ବ ସାହୁ ଙ୍କ ନାମରେ 2016 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଚଞ୍ଚକତା କରି କେତେକ ମୁଷ୍ଟିମେୟ ବ୍ୟକ୍ତି 1ଲକ୍ଷ 20 ହଜାର ଟଙ୍କା ଉଠାଇ ନେଇଥିଲେ। ସେ ସମ୍ପର୍କରେ ଧୁର୍ବ ଜାଣିବା ପରେ ବାରମ୍ବାର ବ୍ଲକ ଅଫିସକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣି ନଥିଲେ। ଏ ଘଟଣାକୁ 5 ବର୍ଷ ବିତି ଗଲାପରେ ଏବେ ଧୁର୍ବ ସାହୁଙ୍କୁ ବ୍ଲକ ପ୍ରଶାସନ ନୋଟିସ ଜାରୀ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଭାବରେ ସେ 1 ଲକ୍ଷ 20 ହଜାର ଅନୁଦାନ ନେଇ ଘର ନିର୍ମାଣ କରି ନଥିବା ଅଭିଯୋଗ ଆଣିଛି ବ୍ଲକ ପ୍ରଶାସନ। କିନ୍ତୁ ବାସ୍ତବରେ ଧୁର୍ବ ଘର ପାଇ ନଥିବା କହିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏ ନେଉ ସ୍ଥାନୀୟ ସରପଞ୍ଚଙ୍କୁ ପଚାରା ଯିବାରୁ ସେ କହିଛନ୍ତି ଏହି ଘଟଣା ଜଣାପଡିଲା ପରେ ଆମେ ବିଡିଓଙ୍କ ସହ ଯୋଗଯୋଗ କରିଛନ୍ତି । ବିଡିଓଙ୍କ ସହ ଆଲୋଚନା କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ସରପଞ୍ଚ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ