ETV Bharat / state

କ୍ୱାରେଣ୍ଟାଇନ ସେଣ୍ଟରରେ ଜମୁଛି ମଦ ମାଂସର ଆସର

author img

By

Published : May 15, 2021, 7:52 PM IST

ଜଗତସିଂହପୁର ନାଉଗାଁ ବ୍ଲକ ମୁଣ୍ଡେଇ ଗ୍ରାମର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଚାଲିଥିଲା ମଦ ମାଂସର ଆସର । ଚଢାଉ କଲା ପ୍ରଶାସନ । ଅଧିକ ପଢନ୍ତୁ...

jagatsinghpur
jagatsinghpur

ଜଗତସିଂହପୁର: କ୍ବାରେଣ୍ଟାଇନ ସେଣ୍ଟରରେ ଚାଲିଥିଲା ମଦ ମାଂସର ଆସର । ଚଢାଉ କରିଲା ପ୍ରଶାସନ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମୁଣ୍ଡେଇ ଗ୍ରାମର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଏହି ଘଟଣା

ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ମୁଣ୍ଡେଇ ଗ୍ରାମର ଥିିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଗତ ଦୁଇ ଦିନ ତଳେ ଚାରିଜଣ ଯୁବକ କୋରୋନା ସଂକ୍ରମିତ ହୋଇ ରହିଥିଲେ । ସେଠାରେ ସେମାନେ ଚିକେନ୍ ଭୋଜି କରିବା ସହ ମଦ୍ୟପାନ କରିଥିଲେ । ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରିବାରୁ ଯୁବକମାନେ ବାଇକ ଧରି ଫେରାର ହୋଇ ଯାଇଥିଲେ । ସରପଞ୍ଚ ଏହା ଦେଖି ନାଉଗାଁ ବିଡ଼ିଓଙ୍କୁ ଜଣାଇଥିଲେ । ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ସଂକ୍ରମିତ ଚାରି ଯୁବକଙ୍କୁ ନାଉଗାଁ ବଜାର ନିକଟରେ ଠାବ କରିଥିଲା । ପୋଲିସକୁ ଦେଖି ସମ୍ପୃକ୍ତ ଯୁବକମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଗୁଳି କରିବାକୁ ଧମକ ଦେଇଥିଲା । ଏହାପରେ ସେମାନେ ପୋଲିସ ହାତରେ ଧରା ଦେଇଥିଲେ । ପୋଲିସ ସେମାନଙ୍କୁ ଧରି କୋଭିଡ ହସ୍ପିଟାଲକୁ ନେଇଛି । ତେବେ ସଂକ୍ରମିତ ଯୁବକ କିଭଳି କ୍ୱାରେଣ୍ଟାଇନ ସେଣ୍ଟରରେ ଚିକେନ୍ ଭୋଜି ସାଙ୍ଗକୁ ମଦ୍ୟପାନ କଲେ ତାକୁ ନେଇ ବିଡ଼ିଓ ତଦନ୍ତ ଆରମ୍ଭ କରିଛନ୍ତି ।

ନାଉଗାଁ ଅଞ୍ଚଳର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ଏହିଭଳି ଭୋଜିଭାତର ଆୟୋଜନ କରାଯାଉଥିଲେ ବି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ଫଳରେ ସଂକ୍ରମିତ ନିର୍ଭୟରେ ଭୋଜି କରିବା ସହ ବାହାରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.