ETV Bharat / state

ପିପିଏଲର ମୁଖ୍ୟ ଫାଟକ ଅବରୋଧ କଲେ ଆନ୍ଦୋଳନକାରୀ, ଅତିରିକ୍ତ ଜିଲ୍ଲାପାଳ କଲେ ଆଲୋଚନା - ପିପିଏଲର ମୁଖ୍ୟ ଫାଟକ ଅବରୋଧ

ପାରାଦୀପ ପିପିଏଲ ଗେଟ ସମ୍ମୁଖରେ ଦୀର୍ଘ ୬ଦିନ ଧରି ଆଞ୍ଚଳିକ କୃଷକ କଲ୍ୟାଣ ସମିତି ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ଜାରି ରଖିବା ପରେ ସୋମବାର କମ୍ପାନୀର ପ୍ରବେଶ ପଥକୁ ବନ୍ଦ କରିଦିଆଯିବା ସହିତ ଅର୍ଥନୈତିକ ଅବରୋଧ କରାଯାଇଥିଲା । ଅଧିକ ପଢ଼ନ୍ତୁ

ପିପିଏଲର ମୁଖ୍ୟ ଫାଟକ ଅବରୋଧ କଲେ ଆନ୍ଦୋଳନକାରୀ, ଅତିରିକ୍ତ ଜିଲ୍ଲାପାଳ କଲେ ଆଲୋଚନା

author img

By

Published : Aug 2, 2022, 10:52 PM IST

ଜଗତସିଂହପୁର: ଦୀର୍ଘ ୬ଦିନ ଧରି ଆଞ୍ଚଳିକ କୃଷକ କଲ୍ୟାଣ ସମିତି ବର୍ଦ୍ଧିତ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ଜାରି ରଖିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଗତକାଲି (ସୋମବାର) କମ୍ପାନୀର ପ୍ରବେଶ ପଥକୁ ବନ୍ଦ କରିଦିଆଯିବା ସହିତ ଅର୍ଥନୈତିକ ଅବରୋଧ କରାଯାଇଥିଲା ।

ପିପିଏଲର ମୁଖ୍ୟ ଫାଟକ ଅବରୋଧ କଲେ ଆନ୍ଦୋଳନକାରୀ, ଅତିରିକ୍ତ ଜିଲ୍ଲାପାଳ କଲେ ଆଲୋଚନା

ଏହି ଘଟଣା ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ଜଣା ପଡ଼ିଛି । ତେବେ ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ ୨୦୧୦ ମସିହା ସମୟରେ ପିପିଏଲକୁ ନେଇ ଯେଉଁମାନେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ କ୍ଷତିପୂରଣ ବାବଦରେ ୧୦ କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେମାନଙ୍କୁ ମାତ୍ର ୪କୋଟି ଟଙ୍କାର କ୍ଷତିପୂରଣ ଅର୍ଥରାଶି ଦିଆଯାଇଥିଲା । ବର୍ତ୍ତମାନ ୧୧ ବର୍ଷର ସୁଧ ସହ ଅବଶିଷ୍ଟ ବକେୟା ଅର୍ଥ ପୈଠ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ କମ୍ପାନୀକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.