ETV Bharat / state

ବିଜୁଳି ବିଭ୍ରାଟ ନେଇ ତାତିଲେଣି ଜଗତସିଂହପୁରବାସୀ

ବାତ୍ୟା 'ଫନି' ସବୁକିଛି ଛାରଖାର କରିଦେଇଛି । ଜୀବନ ଜୀବିକା ସବୁ କିଛି ହୀନ କରିଦେଇଛି 'ଫନି'। ହେଲେ ବାତ୍ୟା ଯିବାର ଆଜିକୁ 11 ଦିନ ହୋଇଥିଲେ ମଧ୍ୟ ଜଗତସିଂହପୁରରେ ଏବେବି ଲାଗି ରହିଛି ବିଦ୍ୟୁତ ସମସ୍ୟା ।

author img

By

Published : May 14, 2019, 7:39 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ବାତ୍ୟା 'ଫନି' ସବୁକିଛି ଛାରଖାର କରିଦେଇଛି । ଜୀବନ ଜୀବିକା ସବୁ କିଛି ଛଡାଇ ନେଇଛି 'ଫନି'।
ହେଲେ ବାତ୍ୟା ଯିବାର ଆଜିକୁ 11 ଦିନ ହୋଇଥିଲେ ମଧ୍ୟ ଏବେବି ଲାଗି ରହିଛି ବିଦ୍ୟୁତ ସମସ୍ୟା । ପାଣି ପରେ ପ୍ରମୁଖ ସମସ୍ୟା ଭାବେ ଉଭା ହେଇଛି ବିଜୁଳି । ଜିଲ୍ଲାରେ ଅସହ୍ୟ ରୌଦ୍ରତାପ ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

'ଫନି' ଯିବାର ବହୁଦିନ ବିତିଯାଇଥିଲେ ବି ଅସଜଡା ହୋଇ ପଡିଛି ବିଦ୍ୟୁତ ବିଭାଗ । କଚ୍ଛପ ଗତିରେ ଚାଲୁଛି କାମ । ଏହାକୁ ନେଇ ଜନ ଆକ୍ରୋଶ ଅନ୍ଦୋଳନର ରୂପ ନେଲାଣି । ଜିଲ୍ଲାରେ ମଙ୍ଗଳବାର ଏକାଧିକ ସ୍ଥାନରେ ବିଦ୍ୟୁତ ପାଇଁ ରାସ୍ତାରୋକ ହୋଇଛି । ବିରିଡି. ରଘୁନାଥପୁର, ବାଲିଆ ଷ୍ଟୋର, ଢିଅସାହି-ତରିକୁନ୍ଦ ଅଞ୍ଚଳର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ତେବେ ବାଲିକୁଦା ଅଞ୍ଚଳରେ ବିଦ୍ୟୁତ କର୍ମଚାରୀଙ୍କୁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି । ବିଦ୍ୟୁତକୁ ନେଇ ଲୋକେ ଉଗ୍ର ହୋଇପଡୁଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜିଲ୍ଲା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜଗଦୀଶ ସାହୁ କହିଛନ୍ତି, ଜିଲ୍ଲାରେ ୭୦ ପ୍ରତିଶତ ବିଦ୍ୟୁତ ସଂଯୋଗ କରାଗଲାଣି । ଅବଶିଷ୍ଟ ଅଞ୍ଚଳକୁ ଖୁବଶିଘ୍ର ବିଦ୍ୟୁତ ସଂଯୋଗ କରିଦିଆଯିବ। କିନ୍ତୁ ବାସ୍ତବରେ ତାହା ହୋଇନଥିବା ହେତୁ ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ବିଜୁଳି ସମସ୍ୟା ନେଇ ସୀମା ଲଙ୍ଘିଲାଣି ଲୋକଙ୍କ କ୍ରୋଧ

ଜଗତସିଂହପୁର: ବାତ୍ୟା 'ଫନି' ସବୁକିଛି ଛାରଖାର କରିଦେଇଛି । ଜୀବନ ଜୀବିକା ସବୁ କିଛି ହୀନ କରିଦେଇଛି 'ଫନି'।

ହେଲେ ବାତ୍ୟା ଯିବାର ଆଜକୁ 11 ଦିନ ହୋଇଥିଲେ ମଧ୍ୟ ଏବେବି ଲାଗି ରହିଛି ବିଦ୍ୟୁତ ସମସ୍ୟା। ପାଣି ପରେ ପ୍ରମୁଖ ସମସ୍ୟା ଭାବେ ଉଭା ହେଇଛି ବିଜୁଳି । ଜିଲ୍ଲାରେ ଅସହ୍ୟ ରୌଦ୍ରତାପ ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି ।

'ଫନି' ଯିବାର ବହୁଦିନ ବିତିଯାଇଥିଲେ ବି ଅସଜଡା ହୋଇ ପଡିଛି ବିଦ୍ୟୁତ ବିଭାଗ । କଚ୍ଛପ ଗତିରେ ଚାଲୁଛି କାମ। ଏହାକୁ ନେଇ ଜନ ଆକ୍ରୋଶ ଅନ୍ଦୋଳନର ରୂପ ନେଲାଣି । ଜିଲ୍ଲାରେ ମଙ୍ଗଳବାର ଏକାଧିକ ସ୍ଥାନରେ ବିଦ୍ୟୁତ ପାଇଁ ରାସ୍ତାରୋକ ହୋଇଛି । ବିରିଡି. ରଘୁନାଥପୁର, ବାଲିଆ ଷ୍ଟୋର, ଢିଅସାହି-ତରିକୁନ୍ଦ ଅଞ୍ଚଳର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ତେବେ ବାଲିକୁଦା ଅଞ୍ଚଳରେ ବିଦ୍ୟୁତ କର୍ମଚାରୀଙ୍କୁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି । ବିଦ୍ୟୁତକୁ ନେଇ ଲୋକେ ଉଗ୍ର ହୋଇପଡୁଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜିଲ୍ଲା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜଗଦିଶ ସାହୁ କହିଛନ୍ତି, ଜିଲ୍ଲାରେ ୭୦ ପ୍ରତିଶତ ବିଦ୍ୟୁତ ସଂଯୋଗ କରାଗଲାଣି । ଅବଶିଷ୍ଟ ଅଞ୍ଚଳକୁ ଖୁବଶିଘ୍ର ବିଦ୍ୟୁତ ସଂଯୋଗ କରିଦିଆଯିବ। କିନ୍ତୁ ବାସ୍ତବରେ ତାହା ହୋଇନଥିବା ହେତୁ ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.