ଜଗତସିଂହପୁର: 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ମହ୍ଲାସାହି ଗ୍ରାମରେ । ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ବାବାଜୀ ଦଳେଇଙ୍କ ପୁଅ ରୁଦ୍ର ଦଳେଇ ।
ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ନାବାଳିକା ଝିଅଟି ଖେଳିବାକୁ ଯାଇଥିବା ସମୟରେ ଅଭିଯୁକ୍ତ ରୁଦ୍ର ତାକୁ ଚକଲେଟ୍ ଦେଇ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଅସହ୍ୟ ଯନ୍ତ୍ରଣା ଛଟପଟ ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଏନେଇ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ରୁଦ୍ରକୁ ତା' ମାଉସୀ ଘରୁ ଗିରଫ କରିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ