ETV Bharat / state

ପାରାଦ୍ୱୀପରେ ବଢୁଛି ଦୁର୍ଘଟଣା, ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

author img

By

Published : May 3, 2022, 3:21 PM IST

ପାରାଦ୍ୱୀପରେ ବଢୁଛି ଦୁର୍ଘଟଣା, ଅକାଳରେ ଝଡି ପଡୁଛି ଅନେକଙ୍କ ଜୀବନ । ମରଣର ଫାନ୍ଦ ବିଛାଇ ରହିଛି ପାରାଦ୍ୱୀପ ତିନି ମୁଂହାଣୀ ଛକ, ଏକ ସପ୍ତାହ ତଳେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ

ପାରାଦ୍ୱୀପରେ ବଢୁଛି ଦୁର୍ଘଟଣା, ଟ୍ରକ ଧକ୍କାରେ ବାଇକ ଆରୋହି ମୃତ

ଜଗତସିଂହପୁର: ପାରାଦ୍ବୀପରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡାର ଏସ କେ ଅବିଦ ଅଲି । ଦୁର୍ଘଟଣାପରେ ମୃତକଙ୍କ ଶରୀରରୁ ମୁଣ୍ଡଟି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ସେ ବଡ଼ ପଡିଆ ନିକଟରେ ଏକ ଦୋକାନ କରି ପରିବାର ଭରଣ ପୋଷଣକରନ୍ତି ।

ଆଜି ସକାଳୁ ଦୋକାନ ଖୋଲିବାକୁ ଯିବା ସମୟରେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଏହା ପ୍ରଥମ ଦୁର୍ଘଟଣା ନୁହଁ, ପାରାଦ୍ୱୀପ ତିନି ମୁହାଣୀ ଛକରେ ଏକ ସପ୍ତାହ ତଳେ ଜଣେ ମହିଳା ତାଙ୍କ 5ବର୍ଷର ଶିଶୁପୁତ୍ରଙ୍କ ସହ ସ୍କୁଟିରେ ଫେରୁଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁ ପୁତ୍ରର ମୃତ୍ୟୁ ହୋଇ ଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପାରାଦ୍ୱୀପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ପ୍ରଶାସନ ଏସମ୍ପର୍କରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.