ଜଗତସିଂହପୁର: ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି କିଛି ଦିନ ହେବ ଅଖିଆ ଅପିଆ ନିକଟସ୍ଥ ଶୌଚାଳୟ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ପରିଚୟ ପଚାରିବାରୁ ସେ ନିଜ ନାମ ସୁନୀଲ କୁମାର ଏବଂ ତାଙ୍କ ଘର ହରିୟାଣାର ବରୋଡା ବୋଲି କହିଥିଲେ । ସେ ଭୁଲ ବଶତଃ ଟ୍ରେନରେ ଦିଲ୍ଲୀରୁ ଓଡ଼ିଶା ଓ ପରେ ପାରାଦୀପ ପଳାଇ ଆସିଥିଲେ । ପାରାଦୀପରେ କେତେକ ବ୍ୟକ୍ତି ତାଙ୍କୁ ଜଗତସିଂହପୁର ପଠାଇ ଦେଇଥିଲେ । 4 ଦିନ ହେଲା ସେ ଅଖିଆ ଅପିଆ ଶୌଚାଳୟ ସାମ୍ନାରେ ବସିଥିବା କହିଛନ୍ତି । ପାଖରେ ପଇସା ନାହିଁ କି ଦୋକାନରେ ମାଗିକି ଖାଇବାକୁ ମନ କହୁନାହିଁ ।
ଏହି ସମସ୍ତ ଘଟଣା ଆମ ପ୍ରତିନିଧି ସମାଜ ସେବୀ ନିଲୁ ମିତ୍ରଙ୍କୁ ଜଣାଇଥଲେ । ସେ ଏହା ଜାଣିବା ପରେ ତାଙ୍କ ଖାଇବାର ବ୍ୟବସ୍ଥା କରାଇବା ସହ ଟ୍ରେନ ଯୋଗେ ସୁନୀଲ କୁମାରଙ୍କ ନିଜ ଘର ହରିୟାଣାକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଥିରେ ସମ୍ପୃକ୍ତ ବ୍ୟକ୍ତି ଓ ସମାଜସେବୀ ନିଲୁ ମିତ୍ର ଇଟିଭି ଭାରତର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ