ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ମୃତ

author img

By

Published : Sep 19, 2020, 8:37 PM IST

ବିଦ୍ୟୁତ ଆଘାତରେ ଯୁବକଙ୍କ ମୄତ୍ୟୁ । ମୃତ ଯୁବକ ଜଣକ ପାରାଦୀପ ଗଡ ଲକଥାନା ଅନ୍ତର୍ଗତ ଭୂତୁମୁଣ୍ଡାଇ ପଞ୍ଚାୟତ ଜଗତୀ ଗ୍ରାମର ତୁଷାର କାନ୍ତ ଦାସଙ୍କ ଏକ ମାତ୍ର ପୁଅ ଅତନୁ ଅଶୁଂମାନ ଦାସ । ଅଧିକ ପଢନ୍ତୁ...

a man died after electric shock in in Jagatsinghpur
ବିଦ୍ୟୁତ ଆଘାତରେ ଯୁବକ ମୃତ

ଜଗତସିଂହପୁର: ବିଦ୍ୟୁତ ଆଘାତରେ ଯୁବକଙ୍କ ମୄତ୍ୟୁ । ମୃତ ଯୁବକ ଜଣକ ପାରାଦୀପ ଗଡଲକ ଥାନା ଅନ୍ତର୍ଗତ ଭୂତୁମୁଣ୍ଡାଇ ପଞ୍ଚାୟତ ଜଗତୀ ଗ୍ରାମର ତୁଷାର କାନ୍ତ ଦାସଙ୍କ ଏକ ମାତ୍ର ପୁଅ ଅତନୁ ଅଶୁଂମାନ ଦାସ । ଅତନୁଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି ।

ବିଦ୍ୟୁତ ଆଘାତରେ ଯୁବକ ମୃତ

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ଲାଇନ ଚାଲିଯିବାରୁ ଅଂଶୁମାନ ଘରେ ଥିବା ଇନଭର୍ଟର ଲାଇନକୁ ସଜାଡିବା ପାଇଁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ତେବେ ପରିବାର ପକ୍ଷରୁ ଯୁବକକୁ ତୁରନ୍ତ ସ୍ଥାନୀୟ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ପରେ ଡାକ୍ତର ତାଙ୍କୁ ସେଠାରେ ମୄତ୍ୟୁ ଘୋଷଣା କରିଛନ୍ତି ।

ତେବେ ଏଭଳି ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଘଟଣାକୁ ନେଇ ପାରାଦୀପ ଗଡ଼ଲକ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.