ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସଂରକ୍ଷିତ ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବାକୁ ଥିବା ଉପନିର୍ବାଚନର ଶୁକ୍ରବାର ପ୍ରାର୍ଥୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସର୍ବ ମୋଟ 9 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଗୁଡିକ ନିର୍ବାଚନ କମିଶନ ଯାଞ୍ଚ କରିଥିଲେ।
ତିର୍ତ୍ତୋଲ ଆସନରୁ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜୟ କୁମାର ଭୋଇ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ, ବିଜେପିରୁ ରାଜକିଶୋର ବେହେରା , ହିମାଂଶୁ ଭୂଷଣ ମାଲିକ- କଂଗ୍ରେସ, ଓ ସ୍ବାଧୀନ ଭାବରେ ଅର୍ଜୁନ ଚରଣ ବେହେରା, ଗୋଲାପ ମଞ୍ଜରୀ ଭୋଇ, ରବୀନ୍ଦ୍ର ନାଥ ସେଠୀ, ରମେଶ ଚନ୍ଦ୍ର ମଲିକ ଓ ସଚିତ୍ର ମଲିକଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ