ETV Bharat / state

ସଡକ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କ 500 କିଲୋମିଟର ପଦଯାତ୍ରା - ଜନସାଧାରଣଙ୍କୁ ସଚେତନତାର ବାର୍ତା

ଜନସାଧାରଣଙ୍କୁ ସଚେତନତାର ବାର୍ତା ଦେବା ଉଦ୍ଦେଶ୍ୟରେ 10 ଦିନରେ 500 କିଲୋମିଟର ପଦଯାତ୍ରା କଲେ ପୂର୍ବତନ ସେନା ଅଧିକାରୀ ସିଦ୍ଧାର୍ଥ ଦାସ । ଅଧିକ ପଢନ୍ତୁ...

ସଡକ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କ 500 କିଲୋମିଟର ପଦଯାତ୍ରା

author img

By

Published : Feb 14, 2021, 10:43 AM IST

ଜଗତସିଂହପୁର: ସଡକ ସୁରକ୍ଷା ପାଳନ ଅବସରରେ ପାଞ୍ଚ ଶହ କିଲୋମିଟର ପଦଯାତ୍ରା କଲେ ପୂର୍ବତନ ସେନା ଅଧିକାରୀ । ତେବେ ଜନସାଧାରଣଙ୍କୁ ସଚେତନତାର ବାର୍ତା ଦେବା ଉଦ୍ଦେଶ୍ୟରେ ଭାରତୀୟ ସୈନ୍ୟ ବାହିନୀର ପୂର୍ବତନ ସେନା ଅଧିକାରୀ ସିଦ୍ଧାର୍ଥ ଦାସ 10 ଦିନରେ 500 କିଲୋମିଟର ଅତିକ୍ରମ କରି ଜଗତସିଂହପୁରରେ ପହଞ୍ଚିଥିଲେ ।

ସଡକ ସୁରକ୍ଷା ପାଇଁ ପୂର୍ବତନ ସେନା ଅଧିକାରୀଙ୍କ 500 କିଲୋମିଟର ପଦଯାତ୍ରା

ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ତତ୍ତ୍ବାଵଧାନରେ ସିଦ୍ଧାର୍ଥ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଏକ ଶୋଭାଯାତ୍ରାରେ ମାର୍କଣ୍ଡପୁର ସ୍ଥିତ ବୃନ୍ଦାବନ ବିଦ୍ୟାପୀଠକୁ ନିଆଯାଇ ଥିଲା। ଏବଂ ସେଠାରେ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶାରେ ଗାଡ଼ି ଦୁର୍ଘଟଣାରେ ବର୍ଷକୁ ପାଞ୍ଚ ହଜାର ଲୋକଙ୍କ ପ୍ରାଣ ହାନି ଘଟୁଛି। ଏହାକୁ ରୋକିବା ପାଇଁ ସଚେତନତା ଜରୁରୀ ବୋଲି ବକ୍ତାମାନେ କହିଥିଲେ।

ଏଥିରେ ଜିଲ୍ଲା ଆଞ୍ଚଳିକ ମଟରଯାନ ନିରୀକ୍ଷକ ପଞ୍ଚାନନ ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.