ETV Bharat / state

ଶିକୁଳିରେ ବନ୍ଧା ଜୀବନ, ଏକାଠି ଯନ୍ତ୍ରଣା ଭୋଗୁଛନ୍ତି ମା’-ପୁଅ - ଲୁହା ଶିକୁଳିରେ ସୁକାନ୍ତଙ୍କ ସଂଘର୍ଷମୟ ଜୀବନ

ଲୁହା ଶିକୁଳିରେ 4 ବର୍ଷ ହେବ ବିତୁଛି ସଂଘର୍ଷମୟ ଜୀବନ । ମାନସିକ ରୋଗରେ ଆକ୍ରାନ୍ତ ହେବାର କିଛି ପରେ ପରିବାର ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି 40 ବର୍ଷୀୟ ସୁକାନ୍ତଙ୍କୁ । ଆଗକୁ ପଢନ୍ତୁ...

ଲୁହା ଶିକୁଳିରେ ସୁକାନ୍ତଙ୍କ ସଂଘର୍ଷମୟ ଜୀବନ
author img

By

Published : Nov 17, 2019, 10:52 PM IST

ଜଗତସିଂହପୁର: ଦାଉ ସାଧିଲା ଦଇବ । ଯେମିତି ସୁନାର ସଂସାର ଉପରେ ପଡିଗଲା କାହାର ଖରାପ ନଜର । ଆଉ କିଛି ସମୟ ଭିତରେ ବଦଳିଗଲା ପରିବାରର ଚିତ୍ର । ଘରର ରୋଜଗାରିଆ ପୁଅ ହରାଇଲା ମାନସିକ ଭାରସାମ୍ୟ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ବନଦୁର୍ଗା ଗ୍ରାମର ସୁକାନ୍ତ ଜେନା। ବୟସ ପାଖାପାଖି 40 ହେବ । ସ୍ତ୍ରୀ, ଦୁଇ ପିଲା ଓ ବୃଦ୍ଧା ମାଆକୁ ନେଇ ତାଙ୍କର ସଂସାର। ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ସୁଦୂର ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ସେ କାମ କରିବା ପାଇଁ ଯାଇଥିଲେ ।

ଲୁହା ଶିକୁଳିରେ ସୁକାନ୍ତଙ୍କ ସଂଘର୍ଷମୟ ଜୀବନ

ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ହଠାତ ମାନସିକ ରୋଗର ଶିକାର ହୋଇଥିଲେ ସୁକାନ୍ତ। କମ୍ପାନୀ ଲୋକ ସୁକାନ୍ତଙ୍କୁ ଗାଁରେ ଛାଡ଼ିଦେଇ ଚାଲିଗଲେ।ପୁଅର ଏମିତି ଅବସ୍ଥା ଦେଖି ମାଆ ଧୋବିଲତାଙ୍କ ମୁଣ୍ଡରେ ପଡିଥିଲା ଚଡକ । ଘରେ ଯାହା ଯୋଉଠି ଥିଲା ବିକି ଭାଙ୍ଗି ସୁକାନ୍ତକୁ କଟକ ନିଆଗଲା। ହେଲେ ଚିକିତ୍ସାରେ ଅର୍ଥ ସାଜିଲା ବାଧକ । ହସ୍ପିଟାଲରୁ ଘରକୁ ଫେରାଇ ଆଣିଲେ ପରିବାର । ଏହି ଘଟଣାକୁ ବିତିଗଲାଣି 15 ବର୍ଷ । 4 ବର୍ଷ ତଳେ ତାଙ୍କ ସ୍ଥିତି ଅଧିକ ଖରାପ ହେବାରୁ ପଡିଶା ଓ ପରିବାର ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି ।

ଏପଟେ ସାତ ଜନ୍ମର ସାଥି ହୋଇ ରହିବାକୁ କଥା ଦେଇଥିବା ପତ୍ନୀ ମଧ୍ୟ ଅଧା ରାସ୍ତାରେ ସୁକାନ୍ତଙ୍କୁ ଛାଡି ବାପଘରକୁ ଚାଲିଗଲେ । ହେଲେ ଏତିକିରେ ସରିନଥିଲା ସୁକାନ୍ତଙ୍କ ଦୁଃଖ । ହଠାତ ଅସୁସ୍ଥ ହୋଇ ପଡିଲେ ସୁକାନ୍ତର ମାଆ ଧୋବିଲତା। ଗ୍ରାମବାସୀ ଚାନ୍ଦା ଆଦାୟ କରି ଧୋବିଲତାଙ୍କୁ ନେଲେ ଡାକ୍ତରଖାନା । ପରୀକ୍ଷା ନୀରିକ୍ଷା ପରେ ଜଣା ପଡିଲା ସେ ସ୍ତନ କର୍କଟରେ ଆକ୍ରାନ୍ତ ।

ବର୍ତ୍ତମାନ ଏକାଠି ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ମାଆ ପୁଅ । ଏଭଳି ସ୍ଥିତି ପରିବାରକୁ ଯେପରି ଭାଙ୍ଗି ଦେଇଛି। ଏଇ ଦୁଃଖି ପରିବାରକୁ ସରକାର ଭତ୍ତା ଟିଏ ଦେଇ ନିଜର ଦାୟିତ୍ବ ସାରିଦେଉଛନ୍ତି । ଯଦି କିଛି ସରକାରୀ ସହାୟତା ମିଳିପାରନ୍ତା, କିଛିଟା କଷ୍ଟରୁ ମୁକ୍ତି ମିଳିବ ବୋଲି ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

Intro:Anchor_ ଦଇବ ସାଜିଲା ଦାଉ। ମାଡ଼ିଆସିଲ ବିପତ୍ତି।ଉଜୁଡିଗଲା ସଂସାର। ଭାଙ୍ଗିଗଲା ହସଖୁସି ପରିବାର। ହଁ ଆଜ୍ଞା, ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତ୍ରିତଲ ବ୍ଲକ ଗରାମ ପଞ୍ଚାୟତ ବନଦୁର୍ଗା ଗ୍ରାମର ସୁକାନ୍ତ ଜେନା ଙ୍କ କଥା।ସୁକାନ୍ତ ଜେନା, ବୟସ ପାଖାପାଖି 40 ହେବ, ସ୍ତ୍ରୀ, ଦୁଇ ପିଲା ଓ ନିଜ ମା କୁନେଇ ଛୋଟ ପରିବାର। ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ସୁକାନ୍ତ।ହଟାତ ଜୀବନ ରେ ଅନ୍ଧକାର ମାଡ଼ି ଆସିଲା। ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇ ବସିଲେ ସୁକାନ୍ତ। କମ୍ପାନୀ ଲୋକ ଏହା ଦେଖି ଗାଁ ରେ ସୁକାନ୍ତ କୁ ଛାଡ଼ିଦେଇ ଚାଲିଗଲେ। VO_1 ପୁଅ ପାଗଳ ହୋଇ ଯାଇଥିବା ଦେଖି ମା ଧୋବିଲତା ର ମୁଣ୍ଡରେ ଚଡକ ପଡିଥିଲା।ଘରେ ଯାହା ଯୋଉଠି ଥିଲା ବିକି ଭାଙ୍ଗି ସୁକାନ୍ତ କୁ କଟକ ନିଆଗଲା।ଅଧିକ ଅର୍ଥ ପ୍ରତିବନ୍ଧକ ସାଜିଲା ଚିକିତ୍ସା ରେ।ଫେରାଇ ଆଣିବା ଛଡା ଅନ୍ୟ କିଛି ପନ୍ଥା ନଥିଲା। ଏହି ଘଟଣା ଦେଖି ସୁକାନ୍ତ ର ସ୍ତ୍ରୀ ସ୍ଵାମୀ ଓ ପରିବାର ଛାଡି ଚାଲିଗଲେ। 80 ବର୍ଷ ର ବୃଦ୍ଧ ମା, ଧୋବିଲତା ଙ୍କ ଉପରେ ପୁଅର ବୋଝ।।ଏହା ମଧ୍ୟରେ ବିତି ଯାଇଛି 4ବର୍ଷ।ସେହିପରି ସିଙ୍କୁଳି ରେ ବନ୍ଧା ହୋଇ ପଡିରହିଛି ସୁକାନ୍ତ। Vo_2 ଏତିକି ରେ ଦୁଃଖ ସରିନଥିଲା, ହଟାତ ଅସୁସ୍ଥ ହୋଇ ପଡିଲେ ସୁକାନ୍ତ ର ମା ଧୋବିଲତା, ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ।ଗ୍ରାମବାସୀ ପ୍ରଥମେ ତ୍ରିତଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପାଇଁ ନେଲେ କିନ୍ତୁ ଡାକ୍ତର ତାଙ୍କୁ କଟକ ନେବାପାଇଁ କହିଥିଲେ। ଗ୍ରାମବାସୀମାନେ ଗାଁ ରୁ ଚାନ୍ଦା କରି ଧୋବିଲତ ଙ୍କୁ କଟକ ବଡଡାକ୍ତର ଖାନା ରେ ଭର୍ତ୍ତି କଲେ। ଜଣାପଡ଼ିଥିଲା ଯେ ସେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଗାଁ ଲୋକେ ଘରକୁ ନେଇ ଆସିଲେ। ଏବେ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ବୃଦ୍ଧ ଧୋବିଲତାl Final_ VO ଦୁଃଖ ଓ ଦୁର୍ଦ୍ଦଶାର ପଡି ରହିଛନ୍ତି ପରିବାର। ସହା କେହି ନାହିଁ। ସରକାର ଭତା ଦେଇ ନିଜ ଦାଇତ୍ଵ ସାରିଦେଇଛି।ରାଜ୍ୟ ର ଉପକୂଳ ବର୍ତ୍ତୀ ଅଂଚଳ ରେ ଯଦି ଏପ୍ରକାର ବେବସ୍ତା ତେବେ ଉପାନ୍ତ ଅଞ୍ଚଳରେ କି ପ୍ରକାର ସ୍ୱାସ୍ଥ୍ୟ ସେବା ମିଳୁଥିବ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

Body:byt_ ଗ୍ରାମବାସୀ

Conclusion:cpcal repot_susanta patra jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.