ଜଗତସିଂହପୁର: ଜିଲ୍ଲାରେ ରବିବାର ଆଉ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଫେରିଥିବା 18 ଜଣଙ୍କ ମଧ୍ୟରୁ 4 ଜଣଙ୍କ ସ୍ବାବ ନମୁନା ପଜିଟିଭ ଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଜୁନ 28 ସୁଦ୍ଧା ଜଗତସିଂହପୁର ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା 8 ହଜାର 6 ଶହ 52 ଜଣଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ 272 ଜଣଙ୍କ ସ୍ବାବ ନମୁନା ପଜିଟିଭ ଆସିଥିବାବେଳେ ସମସ୍ତେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।
![ଜଗତସିଂହପୁରରେ ଆଉ 4 କୋରୋନା ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-jsp-01-avo-readytoupload-od10021_28062020174522_2806f_01728_1003.jpg)
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେସୁଦ୍ଧା 168 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି 104 ଜଣ ପାରାଦ୍ବୀପର କୋଭିଡ ହସ୍ପିଟାଲ ଓ ଭୁବନେଶ୍ବରର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଜିଲ୍ଲାରେ 99 ପ୍ରତିଶତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ