ETV Bharat / state

ଜଗତସିଂହପୁର ଜିଲ୍ଲାରୁ ମଙ୍ଗଳବାର 22 କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 4, 2020, 10:58 PM IST

ଜଗତସିଂହପୁର ସହରରୁ 10 ଜଣ, ତିର୍ତ୍ତୋଲରୁ 4ଜଣ, ରଘୁନାଥପୁରରୁ 2ଜଣ, ପାରାଦ୍ବୀପରୁ, ଏରସମା, ବିରିଡି, ବାଲିକୁଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

22 new COVID-19 Positive cases reported in Jagatsingpur today
ଜଗତସିଂହପୁର ଜିଲ୍ଲାରୁ ମଙ୍ଗଳବାର 22 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ମଙ୍ଗଳବାର ଜିଲ୍ଲାରେ ଅଧିକ 22 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ସହରରୁ 10 ଜଣ, ତିର୍ତ୍ତୋଲରୁ 4ଜଣ, ରଘୁନାଥପୁରରୁ 2ଜଣ, ପାରାଦ୍ବୀପରୁ , ଏରସମା, ବିରିଡି, ବାଲିକୁଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସମସ୍ତେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓ ତାମିଲନାଡୁରୁ ଫେରିଥିଲେ।

ପାରାଦ୍ବୀପରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ କିଛି ଦିନ ତଳେ କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲେ ବୋଲି ଜଣାପଡିଛି । ସେଠାରେ ସେ ଚିକିତ୍ସିତ ହେବା ସମୟରେ ସେ ସଂକ୍ରମଣର ଶିକାର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିଭଳି ଆଜି ଚିହ୍ନଟ ହୋଇଥିବା 22ଜଣକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 781 କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 624 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ସୁଦ୍ଧା 155 ଜଣ ସକ୍ରିୟ ଆକ୍ରାନ୍ତ ପାରାଦ୍ବୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। ଜିଲାରେ କୋରୋନା ମୃତ୍ୟୁ ସଂଖ୍ୟା 2 ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.