ETV Bharat / state

ଜଗତସିଂହପୁରରୁ 2 ଲକ୍ଷ ମୂଲ୍ୟର ଧଳାଜହର ଜବତ, 2 ଗିରଫ

author img

By

Published : May 30, 2021, 7:27 AM IST

ଜଗତସିଂହପୁର ଜିଲ୍ଲାର ଲାଲସାହି ଅଞ୍ଚଳରୁ ପୋଲିସ ଚଢାଉ କରି 2 ଲକ୍ଷ ମୂଲ୍ୟର ବ୍ରାଉନସୁଗାରକୁ ଜବତ କରିଛି । ଅଧିକ ପଢନ୍ତୁ...

ବ୍ରାଉନସୁଗାର ସମେତ 2ଲକ୍ଷ ଜବତ, 2 ଗିରଫ
ବ୍ରାଉନସୁଗାର ସମେତ 2ଲକ୍ଷ ଜବତ, 2 ଗିରଫ

ଜଗତସିଂହପୁର: ଜିଲ୍ଲାର ମୁଖ୍ୟ ସହର ଏବେ ଧଳା ଜହର ହବରେ ପରିଣତ ହୋଇଛି । ଗୋପାଳ ସାଗରଠାରୁ ଆରମ୍ଭ କରି ଲାଲାସାହି ଓ ରାଧିକା ଟକିଜ ନିକଟରେ ଖୁଲମ ଖୋଲା ଧଳା ଜହର କାରବାର ହେଉଛି । ପୋଲିସ ଶନିବାର ଚଢାଉ କରି 2 ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ।

ଜଗତସିଂହପୁର ସହର ଏକ ଶାନ୍ତିପ୍ରିୟ ସହର ହୋଇଥିବା ବେଳେ ଧଳା ଜହର ସହରକୁ ଅଶାନ୍ତ କରିଛି । ଗୋପାଳ ସାଗରଠାରୁ ଆରମ୍ଭ କରି ଲାଲାସାହି ଓ ରାଧିକା ଟକିଜ ନିକଟରେ ଖୁଲମ ଖୋଲା ଧଳା ଜହର କାରବାର ହେଉଛି । ପାଞ୍ଚଶହ କି ହଜାର ନୁହେଁ ଲକ୍ଷାଧିକ ଟଙ୍କାର କାରବାର ପ୍ରତ୍ୟେକ ଦିନ ଏଠାରେ ଚାଲୁଛି । ଯାହାକୁ ନେଇ ସହରରେ ଡକାୟତି ଓ ରାହାଜାନୀ ହତ୍ୟା ଭଳି ଘଟଣା ଦେହସୁହା ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ବ୍ରାଉନସୁଗାର ସମେତ 2ଲକ୍ଷ ଜବତ, 2 ଗିରଫ

ବିଶେଷ ସୂତ୍ରରୁ ଖବର ପାଇ ଗତ ଶନିବାର ସନ୍ଧ୍ୟାରେ ଜଗତସିଂହପୁର ପୋଲିସ ପକ୍ଷରୁ ସହରର ଲାଲାସାହି ଅଂଚଳରେ ଚଢ଼ାଉ କରାଯାଇ 2 ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇ ଲକ୍ଷ 10 ହଜାର ଟଙ୍କା ଜବତ କରାଯାଇଛି । ଏହାସହିତ ସେମାନଙ୍କ ନିକଟରୁ 710 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପୋଲିସ 2 ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.