ETV Bharat / state

ଅସୁରକ୍ଷିତ ରାଜଧାନୀ, ଛାତ୍ରୀଙ୍କୁ ମାଡ ମାରି ଝାମ୍ପିନେଲେ ମୋବାଇଲ

ରାଜଧାନୀରେ ଦୁଇ ଜଣ ଲୁଟେରା ଏକ ଯୁବତୀଙ୍କଠାରୁ ସୁନା ଚେନ ଟାଣିବା ସମୟରେ ଅସଫଳ ହୋଇଥିଲେ । କିନ୍ତୁ ଉକ୍ତ ଯୁବତୀଙ୍କଠାରୁ ମୋବାଇଲ ନେବାରେ ସଫଳ ହୋଇଥିଲେ ଲୁଟେରା ।

author img

By

Published : Mar 23, 2019, 7:56 PM IST

Updated : Mar 23, 2019, 8:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ମାତିଛନ୍ତି ଚେନ ଓ ମୋବାଇଲ ଲୁଟେରା । ଦିନ ଦ୍ୱିପ୍ରହରରେ ପୋଲିସକୁ ଚକମା ଦେଇ ଲୁଟ କରି ଚମ୍ପଟ ମାରୁଛି ଚୋର । ଆଉ ଏହି ସବୁର ଟେର ପାଉନି ପୋଲିସ । କେବଳ ସେତିକି ନୁହେଁ, ରାଜଧାନୀରେ ଏକାକୀ ଝିଅମାନେ ବାହାରକୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ଶୁନଶାନ୍ ସ୍ଥାନରେ ଏକା ଯାଉଥିବାର ଦେଖିଲେ ଟାର୍ଗେଟ କରୁଛନ୍ତି ଲୁଟେରା । ଏମିତି ଏକ ଘଟଣା ଘଟିଛି ରାଜଧାନୀର ଭିଏସଏସ ନଗର ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ଦୁଇ ଜଣ ଲୁଟେରା ଏକ ଯୁବତୀଙ୍କଠାରୁ ସୁନା ଚେନ ଟାଣିବା ସମୟରେ ଅସଫଳ ହୋଇଥିଲେ । କିନ୍ତୁ ଉକ୍ତ ଯୁବତୀଙ୍କଠାରୁ ମୋବାଇଲ ନେବାରେ ସଫଳ ହୋଇଥିଲେ।

ସୂଚନା ଅନୁଯାୟୀ, ସମୟ ମଧ୍ୟାହ୍ନ12 ଟା ବାଜି 30 ମିନିଟ୍ । ଭିଏସଏସ ନଗର ସ୍କୁଲ ନିକଟରେ ଏକାକୀ ଯୁବତୀ ଜଣଙ୍କ ଅପେକ୍ଷା କରିଥିଲେ ଅଟୋକୁ । ଆଉ ଠିକ୍ ସେହି ସମୟରେ ପାଖ ଗଳିରୁ ଦୁଇ ଯୁବକ ବାଇକରେ ଆସି ଉକ୍ତ ଯୁବତୀଙ୍କ ପାଖରୁ କରିଥିଲେ ଛିନ୍‌ତାଇ । କିନ୍ତୁ ଉକ୍ତ ଯୁବତୀ ଜଣଙ୍କ ବାଧା ଦେବା ଫଳରେ ଚେନ୍ ନେବାରେ ଅସଫଳ ହୋଇଥିଲେ। ପରେ ତାଙ୍କ ଠାରୁ ମୋବାଇଲ୍ ଛଡାଇ ନେଇଥିଲେ ଦୁର୍ବୃତ୍ତ ।

ପରେ ଯୁବତୀ ଜଣଙ୍କ ଏନେଇ ସହିଦ ନଗର ଥାନାରେ ମାମଲା ରୁଜୁ କରିଥିଲେ । ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ ଶୀଘ୍ର ଲୁଟେରାକୁ ଧରାଯିବା ବୋଲି କହିଛି ପୋଲିସ ।

ଏଠାରେ ସୂଚନାଯୋଗ୍ୟ, ଯୁବତୀ ଜଣଙ୍କ ହେଉଛନ୍ତି ଦୀପ୍ତି ରେଖା ନାୟକ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା କ୍ଷେତ୍ରରେ ପ୍ରଥମ ବର୍ଷ ପିଜି ଛାତ୍ରୀ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 23, 2019, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.