ETV Bharat / state

ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲା ଯୁବ ବିଜେଡି - traffic workers

ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ରକ୍ତଦାନ ଶିବିର କଲା ଯୁବ ବିଜେଡି । ତେବେ ଟ୍ରାଫିକ କର୍ମଚାରୀଙ୍କୁ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ରକ୍ତଦାନ ଶିବିର କଲା ଯୁବ ବିଜେଡି

author img

By

Published : Jun 3, 2021, 9:46 AM IST

ବ୍ରହ୍ମପୁର: ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ରକ୍ତଦାନ ଶିବିର କଲା ଯୁବ ବିଜେଡି । ତେବେ ଟ୍ରାଫିକ କର୍ମଚାରୀଙ୍କୁ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି । ଏହା ସହ କୋରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ଭାବରେ କାର୍ଯ୍ୟ ସହ ସାଧାରଣ ଜନତାଙ୍କ ସହଯୋଗିତା ପାଇଁ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ।

ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ରକ୍ତଦାନ ଶିବିର କଲା ଯୁବ ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ କୋରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ଠାରେ ଛାତ୍ର ବିଜେଡି ଏବଂ ଓଡିଶା ମୋ ପରିବାରର ଜୀବନବିନ୍ଦୁ ଆନୁକୂଲ୍ୟରେ ସହରର ପ୍ରାପ୍ତି କଲ୍ୟାଣ ମଣ୍ଡପଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଓ ଓଡିଶା ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଏହାସହ ଅନ୍ୟମାନଙ୍କ ମଧ୍ୟରେ ସୁବାଷ ମହାରଣା , ଜ୍ୟୋତି ରଞ୍ଜନ ସାହୁ, ବିଜୟ ସାମଲ, ମୋଦନ ଦଳାଇଙ୍କ ଭଳି ବିଜୁ ଜନତା ଦଳର ବହୁ କର୍ମୀ ଯୋଗ ଦେଇଥିଲେ । ତେବେ ଏଥିରେ ସ୍ବେଛାକୃତ ଭାବେ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.