ETV Bharat / state

ରାସ୍ତା କଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ୩୨୬ନଂ ଜାତୀୟ ରାଜପଥ ବ୍ରହ୍ମପୁର-ରାୟଗଡ଼ା ମୁଖ୍ୟ ରାସ୍ତା ପୋଡାମାରୀଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Jan 18, 2021, 8:33 AM IST

ବ୍ରହ୍ମପୁର: ରାସ୍ତା କଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ୩୨୬ନଂ ଜାତୀୟ ରାଜପଥ ବ୍ରହ୍ମପୁର -ରାୟଗଡ଼ା ମୁଖ୍ୟ ରାସ୍ତା ପୋଡାମାରୀ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନାଅନୁସାରେ,ଶନିବାର ରାତିରେ ଯୁବକ ଜଣଙ୍କ କୌଣସି କାମରେ ନିଜ ମଟରସାଇକେଲ ନେଇ ଘରୁ ବାହାରି ଯାଇଥିଲେ । ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ରାତି ପ୍ରାୟ 2ଟା ପାଖାପାଖି ସଡକ ଦୁର୍ଘଟଣାରେ ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ପଡିଥିବା ପରିବାରଙ୍କୁ ଖବର ମିଳିଥିଲା । ମୃତ ଯୁବକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମର ୨୨ ବର୍ଷୀୟ ରଞ୍ଜିତ କୁମାର ଗୌଡ଼ । ଏନେଇ ପାଟପୁର ଥାନାରେ ଖବର ଦେଇଥିଲେ ପରିବାର ଲୋକେ ।

ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଘଟଣାର ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟପୁର ପୋଲିସ ମୃତଦେହ ଜବତ କରିବା ସହ ଥାନାରେ ଏକ ମାମଲା ରୁଜ୍ଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମ୍.କେ.ସି.ଜିକୁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.