ETV Bharat / state

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଶୁଭେଚ୍ଛା: କାଠରେ ସୁନ୍ଦର କଳାକୃତି - ganjam young artist wood crafts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କାଠରେ ସୁନ୍ଦର କଳାକୃତି ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁର ଚିତ୍ରଶିଳ୍ପୀ ଅରୁଣ କୁମାର ସାହୁ । ଅଧିକ ପଢନ୍ତୁ...

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଶୁଭେଚ୍ଛା: କାଠରେ ସୁନ୍ଦର କଳାକୃତି ପ୍ରସ୍ତୁତ କଲେ ଯୁବଶିଳ୍ପୀ

author img

By

Published : Oct 16, 2021, 10:42 PM IST

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କାଠରେ ସୁନ୍ଦର କଳାକୃତି ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ଚିତ୍ରଶିଳ୍ପୀ ଅରୁଣ କୁମାର ସାହୁ । ହିଞ୍ଜିଳିକାଟୁ ବ୍ଳକ କଣ୍ଟେଇକୋଳି ଗ୍ରାମର ଅରୁଣ କାଠରେ ପେନସିଲ ଆର୍ଟ କଳାକୃତିକୁ ପ୍ରସ୍ତୁତ କରିଥିବା ବେଳେ ଏଥିପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିଲା ।

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଶୁଭେଚ୍ଛା: କାଠରେ ସୁନ୍ଦର କଳାକୃତି ପ୍ରସ୍ତୁତ କଲେ ଯୁବଶିଳ୍ପୀ

ଏହି ଛୋଟିଆ ଉପହାର ନିଜ ଅଞ୍ଚଳର ବିଧାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୋଜନା କରିଥିବା ବେଳେ କୋଭିଡ କଟକଣା ପାଇଁ ଏହାକୁ ଦେବାପାଇଁ ସୁଯୋଗ ପାଇପାରିନଥିବା କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ କାଠରେ ସୁନ୍ଦର କଳାକୃତି ପ୍ରସ୍ତୁତ କରିଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଏଥିପାଇଁ ଅରୁଣଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ।

ପୂର୍ବରୁ ଅରୁଣ କାଠରେ ହନୁମାନ ଚାଳିଶ ପୁସ୍ତକ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.